ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦ । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜ
ଅନ୍ତର୍ଜାତୀୟ ଗଣତନ୍ତ୍ର     ଦିବସର ଶୁଭକାମନା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଅନ୍ତର୍ଜାତୀୟ

ଗଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଶୁଭକାମନା

ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦ ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଗଣତନ୍ତ୍ର କେବଳ

ଏକ ଶାସନ ବ୍ୟବସ୍ଥା ନୁହେଁ—ଏହା ପ୍ରତ୍ୟେକ ନାଗରିକଙ୍କ ସ୍ୱରର ଶକ୍ତି। ଅନ୍ତର୍ଜାତୀୟ ଗଣତନ୍ତ୍ର

ଦିବସ ଅବସରରେ ଆମେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତକୁ ଗର୍ବର ସହ ସ୍ମରଣ ଓ ପାଳନ କରୁଛୁ, ଯେଉଁଠାରେ

ବିବିଧତାକୁ ସ୍ୱର ମିଳେ ଏବଂ ପ୍ରତ୍ୟେକ ଭୋଟ୍ ଆମର ସାମୂହିକ ଭବିଷ୍ୟତକୁ ଗଢ଼ିବାର ଶକ୍ତି ବହନ

କରେ। ଗଣତନ୍ତ୍ର ଏପରି ଏକ ଶକ୍ତି ହୋଇ ରହୁ,

ଯାହା ଭାରତକୁ ଏକତ୍ରିତ କରିବା ସହ ସଶକ୍ତ କରିବ ଏବଂ ଆଗକୁ ବଢ଼ାଇ

ନେବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ ଓ ଶୁଭେଚ୍ଛା। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଆସନ୍ତୁ, ଗଣତନ୍ତ୍ରର

ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର,

ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର

ନିର୍ମାଣରେ ନିଜର ଯୋଗଦାନ ରଖିବା।

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର

ପ୍ରଧାନ କହିଛନ୍ତି ଯେ, ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଅବସରରେ ଆମେ ସ୍ୱାଧୀନତା, ମର୍ଯ୍ୟାଦା

ଏବଂ ସମାନତାର ମୂଲ୍ୟବୋଧକୁ ପାଳନ କରୁଛୁ। ‘ଗଣତନ୍ତ୍ରର ଜନନୀ’ ଭାବେ ଭାରତ ଆଜି ମଧ୍ୟ ଆଲୋଚନା, ଅଂଶଗ୍ରହଣ

ଏବଂ ପ୍ରତ୍ୟେକ ସ୍ୱର ପ୍ରତି ସମ୍ମାନର ନିଜର ସଭ୍ୟତାଗତ ପରମ୍ପରାକୁ ଆଗେଇ ନେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande