ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଁଖାଇ । ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତା । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟ
ରାଜ୍ୟବାସୀଙ୍କୁ ନୂଆଁଖାଇ     ଜୁହାର ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି

ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଁଖାଇ । ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର

ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତା ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ମହାନ୍ ସଂସ୍କୃତି, ପରମ୍ପରାର ନିଶାନି ବଡଖା ତିହାର ନୂଆଁଖାଇ ଉଧେ ଓଡ଼ିଶାବାସୀଙ୍କୁ ମୋର୍ ନୂଆଁଖାଇ ଜୁହାର୍। ମାଁ କରୁଣାମୟୀ ସମସ୍ତଙ୍କୁ

ଖୁସିରେ ରଖିଥାଉନ୍।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ

ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର । ମା’ ସମଲେଶ୍ୱରୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡିଶାର୍ ମୋର ସବୁ ଭାଇ, ବହେନ୍

ମାନ୍ କେ ଓଡିଶାର ଗଣପର୍ବ ନୂଆଁଖାଇ ତିହାର୍ ଥି ମୋର ନୂଆଁଖାଇ ଜୁହାର୍ । ମାଁ ପାଟଣେଶ୍ବରୀ, ମାଁ

ସମଲେଶ୍ଵରୀ,ମାଁ ଦଶମତୀ ସବକର୍ ଜୀବନ ଥି ସୁଖ ସମରୁଧି ଭରି ଦଉନ୍, ମାଁ ର୍

ପାଖେଁ ଏତ୍ କି ପ୍ରାର୍ଥନା । ଜୟ ମାଁ ପାଟଣେଶ୍ୱରୀ,ଜୟ ମାଁ ସମଲେଶ୍ବରୀ,ଜୟ ମାଁ

ଦଶମତୀ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ, ନୂଆଁଖାଇ ଆଣୁ ନୂଆଁ ଆଶା ଆର୍ ନୂଆଁ ସପନ୍। ଏ ପବିତ୍ର ପରବ୍ ସମ୍କର୍

ଘରେ ଖୁସି, ମନ୍ନେ

ଶାନ୍ତି ଆର୍ ଜୀବନ୍ନେ ସମୃଦ୍ଧି ଭରିଦେଉ। ଆମର୍ ମାଟି, ସଂସ୍କୃତି ଆର୍ ଭାଇଚାରାର୍

ଏ ବନ୍ଧନ୍ ସବୁବେଲେ ଅତୁଟ୍ ରହୁ। ସମ୍କୁ ନୂଆଁଖାଇ ଜୁହାର୍ ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନୂଆଁଖାଇର୍ ଶୁଭେଚ୍ଛା । ଆମର୍ ମାଟିର୍ ସଂସ୍କୃତି, ସମୃଦ୍ଧି

ଆର୍ ଏକତାର୍ ପ୍ରତୀକ୍ ନୂଆଁଖାଇ ତିହାର୍ ଉଧେ ସମ୍କୁ ମୋର୍ ଗୁର୍ଦୁଟେ ଅଭିନନ୍ଦନ୍ ଆର୍ ଶୁଭେଚ୍ଛା। ନୂଆଁ ଆଶା

ନେଇକରି ଆସିଥିବାର୍ ଇ ପବିତ୍ର ତିହାର୍ ସମକର୍ ଜୀବନ୍ ଥି ସୁଖ୍, ଶାନ୍ତି

ଆର୍ ସମୃଦ୍ଧି ଭରିଦେଉ ବୋଲି ମାଁ ସମଲେଇଙ୍କର୍ ପାଦ୍ତଲେ ଗୁହାରି କରୁଛେଁ। ନୂଆଁଖାଇର୍ ଅନେକ୍

ଅନେକ୍ ଅଭିନନ୍ଦନ୍ ।

ଉଚ୍ଚଶିକ୍ଷାମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଗଣପର୍ବ ପବିତ୍ର ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ମୋର

ଆନ୍ତରିକ ଶୁଭେଚ୍ଛା ଓ ନୂଆଁଖାଇ ଜୁହାର୍। ମା’ ସମଲେଶ୍ୱରୀ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଚାଷୀ

ଭାଇଙ୍କ ମୁହଁରେ ହସ ଫୁଟାନ୍ତୁ ଏବଂ ଓଡ଼ିଶାକୁ ସମୃଦ୍ଧିର ପଥରେ ଆଗେଇ ନିଅନ୍ତୁ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ସୋସିଆଲ ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର

ପରବ ନୂଆଁଖାଇ ସମକର ଲାଗି ଆନିଦେଉ ସୁଖ,

ଶାନ୍ତି ଆର୍ ସମୃଦ୍ଧି। ସମକୁ ମୋର୍ ନୂଆଁଖାଇ ଜୁହାର୍। ଜଏ ମା' ସମଲେଇ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ ଜୁହାର୍ । ନୂଆଁଖାଇ

ହେଉଛି ଏକତା, ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ପର୍ବ । ନବାନ୍ନ ସେବନ, ବନ୍ଧୁମିଳନ

ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ

ବାର୍ତ୍ତା ଦେଉଛି । ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି

ଓ ମଙ୍ଗଳ କାମନା କରୁଛି । ସାଂସ୍କୃତିକ ଗଣପର୍ବ ‘ନୂଆଁଖାଇ’ର ହାର୍ଦ୍ଦିକ ଶୁଭେଚ୍ଛା । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ; ଏହା ଆମ

ସଂସ୍କୃତିର ପ୍ରତୀକ ଏବଂ ସଂସ୍କାରର ଅବିଚ୍ଛେଦ୍ୟ ଅଙ୍ଗ । ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନର ଅନନ୍ୟ ମହାମିଳନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande