
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ବ୍ରିକ୍ସ
ସମ୍ମିଳନୀରେ କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀପ୍ରଭାତୀ ପରିଡ଼ା । ପ୍ରଭାତି ପରିଡା କହିଛନ୍ତି ଯେ, ମନ୍ କି ବାତ୍ରେ
ମଧ୍ୟ ପ୍ରଧାନମନ୍ତ୍ରୀ କୋରାପୁଟ କଫି ସମ୍ପର୍କରେ କହିଥିଲେ । ବ୍ରିକ୍ସ ସମ୍ମିଳନୀରେ ବିଶ୍ବ ନେତାଙ୍କ
ପାଖରେ କୋରାପୁଟ କଫି ପହଞ୍ଚିଛି । ଏହାଦ୍ବାରା ରାଜ୍ୟରେ ଜୀବିକା ଓ ପର୍ଯ୍ୟଟନ ବଢିବ ବୋଲି
ପ୍ରଭାତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା