ଜିଲ୍ଲାରେ ୧୧ ହଜାର ୧୨୪.୬୭ ହେକ୍ଟର ଫସଲ ନଷ୍ଟ
କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୬ଗୋଟି ବ୍ଲକରେ ପ୍ରାୟ ୧୧ ହଜାର ୧୨୪.୬୭ରୁ ଉର୍ଦ୍ଧ୍ୱ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା, ଡେରାବିଶ ଓ ଗରଦପୁର ବ୍ଲକରେ ଫସଲ ନଷ୍ଟ ହୋଇନଥିବାବେଳେ ମାର୍ଶାଘାଇ
ଜିଲ୍ଲାରେ ୧୧ ହଜାର ୧୨୪.୬୭ ହେକ୍ଟର ଫସଲ ନଷ୍ଟ


କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୬ଗୋଟି ବ୍ଲକରେ ପ୍ରାୟ ୧୧ ହଜାର ୧୨୪.୬୭ରୁ ଉର୍ଦ୍ଧ୍ୱ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା, ଡେରାବିଶ ଓ ଗରଦପୁର ବ୍ଲକରେ ଫସଲ ନଷ୍ଟ ହୋଇନଥିବାବେଳେ ମାର୍ଶାଘାଇରେ ୧୩୪୫ ହେକ୍ଟର, ମହାକାଳପଡ଼ାରେ ୧୦୫୦ ହେକ୍ଟର, ପଟ୍ଟାମୁଣ୍ଡାଇରେ ୭୭୦ ହେକ୍ଟର, ଆଳିରେ ୩୩୪୪ ହେକ୍ଟର, ରାଜନଗରରେ ୮୬୦.୬୭ ହେକ୍ଟର, ରାଜକନିକାରେ ୩୭୫୫ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ ସେମାନଙ୍କର ଫସଲ କ୍ଷତିର ଆର୍ôଥକ ସହାୟତା ଜିଲ୍ଲାପାଳଙ୍କ ଦ୍ୱାରା ସଂପୃକ୍ତ ତହସିଲ୍ ଅଫିସକୁ ଟଙ୍କା ପ୍ରେରଣ କରାଯାଇଛି। ସଂପୃକ୍ତ ତହସିଲ୍ ଅଂଚଳର ଚାଷୀମାନଙ୍କର ନଷ୍ଟ ହୋଇଥିବା ଫସଲ ତାଲିକା ପ୍ରସ୍ତୁତି ଚାଲିଛି ଏବଂ ସଂପୃକ୍ତ ଅଂଚଳର ଆର୍ଆଇମାନେ ରିପୋର୍ଟ ପ୍ରଦାନ କରିବା ପରେ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କର କ୍ଷତିଗ୍ରସ୍ତ ଚାଷର ସହାୟତା ରାଶି ପାଇବେ ବୋଲି ଜଣାପଡ଼ିଛି। ଏ ନେଇ ୬ଗୋଟି ତହସିଲ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଛି। ଫସଲ ନଷ୍ଟ ହୋଇଥିବା ଅଂଚଳର ସମ୍ପୃକ୍ତ ଆର୍ଆଇମାନେ ରିପୋର୍ଟ ପ୍ରଦାନ କଲାପରେ ସେମାନଙ୍କୁ କ୍ଷତିଗ୍ରସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ ସାମଲ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande