
ପୁରୀ, ୧୭ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ୨,୫୦୦ ଦୀପରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ସୁଉଚ୍ଚ ବାଲୁକା କଳା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ପର୍ଯ୍ୟଟକମାନେ ଏହାକୁ ଦେଖି ସୁଦର୍ଶନଙ୍କ ନିଖୁଣ ବାଲୁକା କଳାର ପ୍ରଶଂସା କରିଛନ୍ତି ।
ଏନେଇ ସୁଦର୍ଶନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ମୋର ସ୍ୱତନ୍ତ୍ର ବାଲୁକା କଳା ଯାହା ୨,୫୦୦ ଦୀପରେ ପ୍ରସ୍ତୁତ ହୋଇଛି । ଏବଂ ଏଥିରେ ବାର୍ତା ରହିଛି ଯେ, ଆଶୀର୍ବାଦ କା ଦିୟା-ସେବାର ୨୫ ବର୍ଷ-ଜନ୍ମଦିନର ଶୁଭେଚ୍ଛା ମୋଦି ଜୀ' । ଏହି ହୃଦୟସ୍ପର୍ଶୀ ସୃଷ୍ଟି ତାଙ୍କ ଜନ୍ମଦିନରେ ମୋର ଉଷ୍ମ ଶୁଭେଚ୍ଛା ଏବଂ ପ୍ରାର୍ଥନା ପ୍ରଦାନ କରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ