ଯଶସ୍ଵି ପ୍ରଧାମନ୍ତ୍ରୀଙ୍କର ଜନ୍ମଦିନରେ ଜଳିଲା ଆଶୀର୍ବାଦ ଦୀପ
କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.) ଆଜି ଭରତ ର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିନରେ କେନ୍ଦୁଝର ଜିଲ୍ଲା ର ପୁରପଲ୍ଲୀ ଓ ଅନେକ ମନ୍ଦିର ରେ ଭଗବାନ୍ ଙ୍କୁ ଜନସାଧାରଣ ଓ ନେତୃତ୍ଵ ଙ୍କ ପୂଜାର୍ଚନା ସହ ମୋଦୀ ଜୀ ଙ୍କ ନିରନ୍ତର ସେବା ଓ ବିକଶିତ ଭାରତ ପାଇଁ ସମର୍ପଣ ଭାବ ପାଇଁ, ସୁସ୍ଥ ନିରୋଗ
Asribad dipa


କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)

ଆଜି ଭରତ ର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିନରେ କେନ୍ଦୁଝର ଜିଲ୍ଲା ର ପୁରପଲ୍ଲୀ ଓ ଅନେକ ମନ୍ଦିର ରେ ଭଗବାନ୍ ଙ୍କୁ ଜନସାଧାରଣ ଓ ନେତୃତ୍ଵ ଙ୍କ ପୂଜାର୍ଚନା ସହ ମୋଦୀ ଜୀ ଙ୍କ ନିରନ୍ତର ସେବା ଓ ବିକଶିତ ଭାରତ ପାଇଁ ସମର୍ପଣ ଭାବ ପାଇଁ, ସୁସ୍ଥ ନିରୋଗ ଜୀବନ ପାଇଁ ଶୁଭ କାମନା କରି ଥିଲେ।

ଆଜି ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଅନୁଷ୍ଠିତ ସବୁଠି ଚାଲିଛି ଏ ପରି ସମୟରେ ଘଟଗାଁ ବ୍ଲକ୍ ଅଞ୍ଚଳ ରେ ଓ ଢ଼େଙ୍କିକୋଟ ବଜାର ରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ରଞ୍ଜିତ ନାୟକ ଙ୍କ ନେତୃତ୍ଵ ରେ ବାବା ବିଶ୍ଵନାଥ ଙ୍କ ଶିବ ମନ୍ଦିର ଠାରେ ସନ୍ଧ୍ୟା ରେ ଦ୍ଵୀପ ପ୍ରଜ୍ବଳନ କରା ଯାଇଛି, ସଂସଦ ଅନନ୍ତ ନାୟକ ମଧ୍ୟଉପସ୍ଥିତ ରହିଥିବାବେଳେ, ରାମ ଚନ୍ଦ୍ର ସାହୁ, ରାଧାକାନ୍ତ ବେହେରା, ସଂସଦ ଙ୍କ ପ୍ରତିନିଧି ଅଖିଳ ପାତ୍ର, ବିଜୟ ସାହୁ, ଭାଜପା ମଣ୍ଡଳ ସଭାପତି ରଞ୍ଜିତ ନାୟକ, ଅର୍ଜୁନ ବାରିକ, କୃଷ୍ଣଚନ୍ଦ୍ର ବାରିକ, ବାପି ମଣ୍ଡଳ, ଆଶିଷ ମଣ୍ଡଳ , ନବ ବେହେରା,ଶଙ୍କର୍ଷଣ ନାୟକ, ସୌମ୍ୟ ପ୍ରକାଶ ମଣ୍ଡଳ ବନମାଳୀ ନାୟକ ସହ ବହୁ ଯୁବକ ସମବେତ ହୋଇଥିଲେ, ସେହିପରି ଲଙ୍ଗଳ କଣ୍ଟି ସ୍ଥ ବାବା ବେଲେଶ୍ୱର ମନ୍ଦିର ରେ ସାଂସଦ ଅନନ୍ତ ନାୟକ ସହ ତାଙ୍କ ଧର୍ମପତ୍ନୀ ଲବଙ୍ଗ ଲତା ନାଟକ ଶରତ ନାୟକ ଙ୍କ ସମେତ ଗ୍ରାମ ର ପାରିବାର ମହିଳା ଓ ପୁରୁଷ ଯୁବକ ମାନେ ମୋଦୀ ଜୀ ଙ୍କ ଜନ୍ମ ଦିନରେ ଶୁଭ କାମନା କରି ପ୍ରଦୀପ ପ୍ରଜ୍ବଳନ କରାଯାଇଛି, ଢ଼େଙ୍କିକୋଟ ଦଳେଇ ସାହି ସ୍ଥିତ ପ୍ରଭୁ ହନୁମାନ ଙ୍କ ମନ୍ଦିର ରେ ସାହି ର ବାସିନ୍ଦା ପୂଜା କମିଟି ବହୁ ସଭ୍ୟ ସଭ୍ୟା ସାମିଲ୍ ହୋଇ ଶ୍ରୀ ରାମ ଓ ମହାବୀର ଙ୍କୁ ମୋଦୀ ଙ୍କ ଶୁଭ କାମନା ପାଇଁ ପ୍ରଦୀପ ଜାଳିଥିଲେ, ଘଟଗାଁ ବ୍ଲକ୍ଅଧୀନସ୍ଥ ପ୍ରତି ଗ୍ରାମ ସ୍ଥର ରେ ଘର ଆଗରେ ଜନସାଧାରଣ ପ୍ରଦୀପ ଜଳାଇ ଯଶସ୍ଵି ପ୍ରଧାମନ୍ତ୍ରୀଙ୍କର ଜନ୍ମ ଦିନରେ ଶୁଭ ମାନସୀ ଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande