ବ୍ୟାକପ୍ୟାକ୍ ବ୍ୟାଗରୁ ୧ ଲକ୍ଷ ୯୦ ହଜାର ଟଙ୍କା ଉଦ୍ଧାର, ଜଣେ ଗିରଫ
ଖୋର୍ଦ୍ଧା, ୧୭ ସେପ୍ଟେମ୍ବର(ହି.ସ.) – ଖୋର୍ଦ୍ଧା ରୋଡ଼ ଜିଆରପି ପୋଲିସ କେସ୍ ନଂ–୧୧୧, ଧାରା ୩୦୩(୨) ବିଏନ୍ଏସ୍ ଅନୁଯାୟୀ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ଗ୍ରାମ ହାଟବରଡ଼ି ଗ୍ରାମ କାଳିଜାଇ ସାହିର ଅନାଥ ବେହେରା(୪୨), ପୋଲିସ ଅଭିଯୁକ୍ତ ନିକଟରୁ ଏକ ବ୍ୟାକପ୍
Giraf


ଖୋର୍ଦ୍ଧା, ୧୭ ସେପ୍ଟେମ୍ବର(ହି.ସ.) – ଖୋର୍ଦ୍ଧା ରୋଡ଼ ଜିଆରପି ପୋଲିସ କେସ୍ ନଂ–୧୧୧, ଧାରା ୩୦୩(୨) ବିଏନ୍ଏସ୍ ଅନୁଯାୟୀ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ଗ୍ରାମ ହାଟବରଡ଼ି ଗ୍ରାମ କାଳିଜାଇ ସାହିର ଅନାଥ ବେହେରା(୪୨), ପୋଲିସ ଅଭିଯୁକ୍ତ ନିକଟରୁ ଏକ ବ୍ୟାକପ୍ୟାକ୍ ବ୍ୟାଗ୍ ଜବତ କରିଥିବା ବେଳେ ସେଥିରୁ ନଗଦ ୧ ଲକ୍ଷ ୯୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କୁ ବିଏନ୍ଏସ୍ର ଧାରା ୩୦୩(୨), ୨୯୬ ଏବଂ ୩୫୧(୨) ଅନୁଯାୟୀ ଗୁରୁବାର ମାନ୍ୟବର ଜେ.ଏମ୍.ଏଫ୍.ସି. ଜଟଣୀ ଅଦାଲତକୁ ଚାଲାଣ କରାଯାଇଛି।ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଜିଆରପି ପକ୍ଷରୁ ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande