୩୦ ପରିବାର ତଥା ୧୧୦ଜଣ ସଦସ୍ୟ ଏକାଠି ହୋଇକୁମ୍ଭାର ପରିବାର ସାମୁହିକ ଭାବେ ପାଳିଲେ ନୂଆଁଖାଇ
ବଲାଙ୍ଗୀର, ୧୭ ସେପ୍ଟେମ୍ବର(ହି.ସ.) – ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଁଖାଇକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବଲାଙ୍ଗୀର ଗେଟ ସରୋବରପଡାର କୁମ୍ଭାର ପରିବାରବର୍ଗ। ୩୦ ପରିବାର ତଥା ୧୧୦ଜଣ ସଦସ୍ୟ ଏକାଠି ହୋଇ ସାମୁହିକ ଭାବେ ନବାନ୍ନ ଭକ୍ଷଣ କରିଥିଲେ। ପରିବାରର ବୟୋଜ୍ୟଷ୍ଠ ସମସ୍ତଙ୍କୁ ନବାନ୍
୩୦ ପରିବାର ତଥା ୧୧୦ଜଣ ସଦସ୍ୟ ଏକାଠି ହୋଇକୁମ୍ଭାର ପରିବାର ସାମୁହିକ ଭାବେ ପାଳିଲେ ନୂଆଁଖାଇ


ବଲାଙ୍ଗୀର, ୧୭ ସେପ୍ଟେମ୍ବର(ହି.ସ.) – ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଁଖାଇକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବଲାଙ୍ଗୀର ଗେଟ ସରୋବରପଡାର କୁମ୍ଭାର ପରିବାରବର୍ଗ। ୩୦ ପରିବାର ତଥା ୧୧୦ଜଣ ସଦସ୍ୟ ଏକାଠି ହୋଇ ସାମୁହିକ ଭାବେ ନବାନ୍ନ ଭକ୍ଷଣ କରିଥିଲେ। ପରିବାରର ବୟୋଜ୍ୟଷ୍ଠ ସମସ୍ତଙ୍କୁ ନବାନ୍ନ ଅର୍ପଣ କରିଥିଲେ। ତାଙ୍କ ଠାରୁ ନବାନ୍ନ ପାଇଲା ପରେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ। ନବାନ୍ନ ଖାଇସାରିଲା ପରେ କନିଷ୍ଠ ସଦସ୍ୟମାନେ ବୟୋଜ୍ୟଷ୍ଠ ସଦସ୍ୟମାନଙ୍କୁ ନୂଆଁଖାଇ ଜୁହାର ହୋଇ ଆଶିର୍ବାଦ ଗ୍ରହଣ କରିଥିଲେ। ନୂଆଁଖାଇ ଆରଦିନ ସମସ୍ତେ ଏକାଠି ହୋଇ ବାସୀ ମନାଇବା ସହିତ ଆନନ୍ଦ ଉଲ୍ଲାସ ମନାଇଥିଲେ। ଏହା ଏକ ନିଆରା ପରଂପରା ସୃଷ୍ଟି କରିଛି ବୋଲି ବୟୋଜ୍ୟେଷ୍ଠମାନେ ମତ ପ୍ରକାଶ କରିବା ସହିତ ଏଭଳି ପରଂପରା ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନାଥ କୁମ୍ଭାର, ବିଘ୍ନେଶ୍ୱର ନାଗ, ଆରତି ନାଗ, ଅନିତା ନାଗ, ଜାହ୍ନବି କୁମ୍ଭାର, ଭାରତୀ କୁମ୍ଭାର, ଶୁଶିଲା କୁମ୍ଭାର, ରାଜେନ୍ଦ୍ର କୁମ୍ଭାର, ତରଣୀସେନ କୁମ୍ଭାର, ଦିଲିପ କୁମ୍ଭାର, ମାର୍କଣ୍ଡ କୁମ୍ଭାର, ରାଇ କୁମ୍ଭାର, ଶୁଶିଲା କୁମ୍ଭାର, ଅରୁଣ ନାଗ, ଅରୁଣା କୁମ୍ଭାର, ମୀରା କୁମ୍ଭାରଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଓମ୍ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇ ଫଣିନ୍ଦ୍ର କୁମ୍ଭାର, ସୀତାରାମ କୁମ୍ଭାର, ଦିଲିପ କୁମ୍ଭାର, ପ୍ରହଲ୍ଲାଦ କୁମ୍ଭାର, କିଶୋର କୁମ୍ଭାର, ଜ୍ୟୋତି କୁମ୍ଭାର, ଦୈତାରି କୁମ୍ଭାରଙ୍କ ସହଯୋଗ କ୍ରମେ ଉକ୍ତ ନୂଆଁଖାଇ କାର୍ଯ୍ୟକ୍ରମ ସୂଚାରୁ ରୂପେ ପାଳନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande