ଅଣ୍ଡରା ପଂଚାୟତରେ ନିଶାମୁକ୍ତ କରିବା ପାଇଁ ମହିଳାଙ୍କର ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଡରା ଗ୍ରାମ ପଂଚାୟତରେ ସରକାରଙ୍କ ତରଫରୁ ଏକ ମଦ ଦୋକାନ ଖୋଲାଯିବାକୁ ସ୍ଥିର କରାଯାଇଥିବାରୁ ଏ ନେଇ ପଂଚାୟତର ମହିଳାମାନେ ସମ୍ପୂର୍ଣ୍ଣ ପଂଚାୟତକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିର
ଅଣ୍ଡରା ପଂଚାୟତରେ ନିଶାମୁକ୍ତ କରିବା ପାଇଁ ମହିଳାଙ୍କର ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଣ୍ଡରା ଗ୍ରାମ ପଂଚାୟତରେ ସରକାରଙ୍କ ତରଫରୁ ଏକ ମଦ ଦୋକାନ ଖୋଲାଯିବାକୁ ସ୍ଥିର କରାଯାଇଥିବାରୁ ଏ ନେଇ ପଂଚାୟତର ମହିଳାମାନେ ସମ୍ପୂର୍ଣ୍ଣ ପଂଚାୟତକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ପୂର୍ବରୁ ମଦ ଦୋକାନ ଖୋଲିବା ପାଇଁ ପ୍ରୟାସ କରାଯାଉଥିବାରୁ ଏହାକୁ ତୀବ୍ର ବିରୋଧ କରି ସ୍ଥାନୀୟ ଅଂଚଳର ମହିଳା ଧର୍ମଘଠ, ଧାରଣା ଓ ଜେଲ୍ ଭରିବାକୁ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଏଠାରେ ମଦ ଦୋକାନ ଖୋଲିଲେ ମହିଳାମାନେ ଓ ଛାତ୍ର ଛାତ୍ରୀଙ୍କ ଯିବା ଆସିବାରେ ଅସୁବିଧା ହେବା ସହ ଗ୍ରାମରେ ଏହାର କୁପ୍ରଭାବ ପଡ଼ିବ ବୋଲି ଦାବି କରିଛନ୍ତି। ଯଦି ଏଠାରେ ମଦ ଦୋକାନ ଖୋଲାଯାଏ ତେବେ ଏହାକୁ ବନ୍ଦ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande