

ଭୁବନ, 17 ସେପ୍ଟେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଜନ୍ମଦିନ ଅବସରରେ ଭୁବନ ବିଜେପି ନଗର ମଣ୍ଡଳ ତରଫରୁ ରାମ ମନ୍ଦିର ଓ ବୁଦ୍ଧେଶ୍ୱର ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରି ମୋଦି ଜୀ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶ୍ରୀ ଶତୃଘ୍ନ ଜେନା ଙ୍କ ସହ ନଗର ମଣ୍ଡଳ ସଭାପତି ଅଜିତ୍ କୁମାର ବିହାରୀ ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ