ଭଦ୍ରକରେ ଭୁଜାଲି ଚୋଟରେ କୁକୁଡ଼ା ଦୋକାନୀ ମୃତ, ପୁଅ ଗୁରୁତର : ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ, ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ କୁକୁଡ଼ା ଦୋକାନୀଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରାଯାଇଥିବା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ କୁକୁଡ଼ା ଦୋକାନୀ ଲଷ୍ମୀଧର ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଜେନା ଗୁର
kukuda dokani mruta kesh


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ କୁକୁଡ଼ା ଦୋକାନୀଙ୍କୁ ଭୁଜାଲି ଓ କାଚ ବୋତଲରେ ଆକ୍ରମଣ କରାଯାଇଥିବା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ କୁକୁଡ଼ା ଦୋକାନୀ ଲଷ୍ମୀଧର ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପର୍ଶୁରାମଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଆନ୍ଦିଆ ପଞ୍ଚାୟତର ଜେନାସାହି ଅଞ୍ଚଳରେ ଏହି ଘଟଣା ଘଟିଛି। ଲଷ୍ମୀଧର ଜେନା କୁକୁଡ଼ା ବ୍ୟବସାୟ କରି ପରିବାର ଚଳାଉଥିଲେ। ଘଟଣା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଭୁଜାଲି ଓ କାଚ ବୋତଲ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି। ଆକ୍ରମଣରେ ଲଷ୍ମୀଧର ଜେନା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ମଧ୍ୟ ଆହତ ହୋଇଥିଲେ। ଘଟଣା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଲଷ୍ମୀଧରଙ୍କ ମୃତ୍ୟୁ ଘଟିଥିବା ବେଳେ ପର୍ଶୁରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିବା ବେଳେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣା ସହିତ ସମ୍ପୃକ୍ତ ଥିବା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ଭାବେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ଘଟିଥିବା ଅଭିଯୋଗ ହେଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ପଛରେ କିଏ କିଏ ସମ୍ପୃକ୍ତ ସେନେଇ ପୋଲିସର ତଦନ୍ତ ଜାରି ରହିଛି। ଅଟକ ଥିବା ବ୍ୟକ୍ତିମାନଙ୍କୁ ପୋଲିସ ପଚରାଉଚରା କରିବା ସହ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଛି। ଏହି ହତ୍ୟାକାଣ୍ଡକୁ ନେଇ ଜେନାସାହି ସମେତ ଆଖପାଖ ଅଞ୍ଚଳରେ ଶୋକ ଓ ଚର୍ଚ୍ଚା ଦେଖାଦେଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଏବଂ ଆକ୍ରମଣର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande