ଭଦ୍ରକରେ ମହାସମାରୋହରେ ପାଳିତ ହେଲା ବିଶ୍ୱକର୍ମା ପୂଜା
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକରେ ବିଶ୍ୱକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ, ଗାଡିମୋଟର ସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ଭଦ୍ରକ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍, ରାନ୍ଦିଆସ୍ଥିତ ଫେକର, ଭଦ୍ରକ କ୍ଷୁଦ୍ର ଓ ଜଳସେଚନ ବିଭାଗ, ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପ
BHADRAK BISWAKARMA PUJA 2026 - 1


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକରେ ବିଶ୍ୱକର୍ମା ପୂଜା ବିଭିନ୍ନ ଅନୁଷ୍ଠାନ, ଗାଡିମୋଟର ସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ଭଦ୍ରକ ବନ୍ତଛକସ୍ଥିତ ବସ୍ ସିଣ୍ଡିକେଟ୍, ରାନ୍ଦିଆସ୍ଥିତ ଫେକର, ଭଦ୍ରକ କ୍ଷୁଦ୍ର ଓ ଜଳସେଚନ ବିଭାଗ, ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଉପଖଣ୍ଡ, ଭଦ୍ରକ ଟିପିଏନ୍ଓଡିଏଲ୍ ତହସିଲ ରୋଡ୍ ସେକ୍ସନ, ଚରମ୍ପା ଆଇଟିଆଇ, ରୟାଲ ଆଇଟିଆଇ, ପ୍ରଫୁଲ୍ଲ ଚନ୍ଦ୍ର ଆଇଟିଆଇ, ଭଦ୍ରକ ବନ୍ତଛକ ନମ୍ବର-୧ ଅଟୋ ଷ୍ଟାଣ୍ଡ, ଭଦ୍ରକ ବନ୍ତ ଛକ ଟ୍ରେକର, ଟାଟା ମେଜିକ୍, ମେକ୍ସିମୋ, ସବାରି ମାଲିକ ସଂଘ, ଭଦ୍ରକ ବନ୍ତଛକ ଟାଟା ଏସି. ପିକ୍-ଅପ୍ ଷ୍ଟାଣ୍ଡ, ଭଦ୍ରକ ଟ୍ରକ୍ ମାଲିକ ସଂଘ, ଚରମ୍ପା ମିନି ଟ୍ରକ୍ ମାଲିକ ସଂଘ, ଭଦ୍ରକ ତହସିଲ ରୋଡ୍ ନମ୍ବର-୧ ଟ୍ରେକର ମାଲିକ ସଂଘ, ଭଦ୍ରକ ମେଡିକାଲ ଆମ୍ବୁଲାନ୍ସ ସଂଘ, ଭଦ୍ରକ ତହସିଲ ରୋଡ୍ ଟ୍ୟାକ୍ସିଷ୍ଟାଣ୍ଡ, ବାଇପାସ୍ ଟିପିଏନ୍ଡିଓଏଲ୍ ପାୱାର ହାଉସ୍, ଚାନ୍ଦବାଲି-ବାଇପାସ ଟ୍ୟାକ୍ସି ଚାଳକ ସଂଘ, ଚାନ୍ଦବାଲି-ବାଇପାସ୍ ଟ୍ରେକର ମାଲିକ ସଂଘ, ଚାନ୍ଦବାଲି-ବାଇପାସ୍ ନାୟକ ଇଲେକ୍ଟ୍ରିକାଲ୍ସ, ବାଇପାସ୍ସ୍ଥିତ ତାରିଣୀ ଇଲେକ୍ଟ୍ରିକାଲ୍ସ, ସହରାଂଚଳ ପାନୀୟ ଜଳ ଯୋଗାଣ, ଭଦ୍ରକ ପୌରପାଳିକା, ଉତ୍କଳ ଫ୍ଲୋର ମିଲ୍, ପାଣିଗ୍ରାହୀ ମୋର୍ଟସ, ବନ୍ତଛକ ଶ୍ରମିକ ସଂଘ ପ୍ରମୁଖ ମେଢ ପୂଜା ପାଇଛି। ଏଥି ଉପଲକ୍ଷେ ସହରରେ ବିଭିନ୍ନ ମେଢର ତୋରଣ, ଆଲୋକସଜା ସହରବାସୀଙ୍କୁ ଆକୃଷ୍ଟ କରିଛି। ସେହିପରି ଆଦାନୀ ଧାମରା ବନ୍ଦର ପରିସରରେ ବହୁ ଆଡମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ପାଶ୍ୱର୍ବର୍ତୀ ଅଂଚଳର ଶତାଧିକ ଗ୍ରାମବାସୀ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ବନ୍ଦର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହରେ ଆୟୋଜନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande