
କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଇଛି। କାର୍ଯ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ଜଳସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଭୋଗ ବଂଟନ କରାଯାଇଥିଲା। ଏହି ପୂଜାର୍ଚ୍ଚନା ସମୟରେ ଏସ୍ଡିଓ ଶୀତମ୍ ଶୁଭମ୍ ଜେନା, ଜେଇ ବିଶ୍ୱଜିତ ଦାସ, ଏସ୍ଟିମେଟର ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ରଶ୍ମିରଂଜନ ଖୁଂଟିଆ, ଅଶୋକ କୁମାର ବେହେରା, ନିହାର ରଞ୍ଜନ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି