
ଜୟପୁର, ୧୭ ସେପ୍ଟେମ୍ବର (ହି.ସ.) - ଜୟପୁର ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱକର୍ମାପୁଜା ଅନୁଷ୍ଠିତ ହୋଇଛି । ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାଯ୍ୟାଳୟ, ଆମ୍ବାଗୁଡା ସ୍ଥିତ ଆଇଟିଆଇ, କୋରାପୁଟ ପଲିଟେକନିକ, ନିର୍ମାଣ ଶ୍ରମିକ ମିଳିତ ସଂଘ, ମା ଜଗତଜନନୀ ପିକଅପ ମୋଟର ଚାଳକ ସଂଘ ରେ ବିଶ୍ୱ କର୍ମା ପୁଜା ଅନୁଷ୍ଠିତ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପୁଜା ମଣ୍ଡପ ଯାଇ ବିଶ୍ୱକର୍ମାଙ୍କ ଦର୍ଶନ କରି ପୁଜା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି