

ଭୁବନ, ୧୭ ସେପ୍ଟେମ୍ବର (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ସହରରେ ସୃଷ୍ଟି ର ସ୍ରଷ୍ଟା, ଦେବ ଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି । ଜନସ୍ୱାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳୟ,ଟି ପି ସି ଓ ଡି ଏଲ କାର୍ଯ୍ୟାଳୟ , ଘରୋଇ ଗାଡ଼ି ଚାଳକ ଜନ ମଙ୍ଗଳ ସଂଘ ଓ ବସ ମାଲିକ ସଂଘ ସମେତ ଆଇ ଟି ଆଇ କଲେଜ,ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ବିଭିନ୍ନ ଗ୍ୟାରେଜ ମାନଙ୍କରେ ଶ୍ରଦ୍ଧା ଭକ୍ତି ର ସହକାରେ ପୂଜା ପାଳନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ