
ଖଡ଼ିଆଳରେ ବିଶ୍ୱକର୍ମା ଟ୍ରଷ୍ଟର ବାର୍ଷିକ ଉତ୍ସବ
ନୂଆପଡ଼ା,୧୭ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଭିନ୍ନ କ୍ଷେତ୍ରର ଅତିଥିମାନେ ଯୋଗଦେଇ ବିଶ୍ୱକର୍ମା ଟ୍ରଷ୍ଟର କାର୍ଯ୍ୟକ୍ରମ ଓ ସାମାଜିକ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଭାରେ ରାମଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଖଡ଼ିଆଳ ଥାନା ଆଇଆଇସି ସୁମନ୍ତ କୁମାର ନାଏକ, ଫକୀର ଜଗତ ଓ ରଶ୍ମି ରଞ୍ଜନ ଚଲାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ରତନ ସୋନୀ ଓ ସୁଶାନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦକ ଶ୍ରୀବତ୍ସ ବାରିକ କାର୍ଯ୍ୟକ୍ରମର ପରିଚାଳନା ସହ ଟ୍ରଷ୍ଟର ବାର୍ଷିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ