
ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ) - ଡିଜିପି ନିଯୁକ୍ତି ଶୁଣାଣି ୨୨ ତାରିଖକୁ ଘୁଂଚିଛି। ଏସମ୍ପର୍କରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ ଆଜି ସୁପ୍ରିମକୋର୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଶୁଣାଣି ୨୨କୁ ଘୁଂଚିଛି। ମୁଁ ଓ ସଲିସିଟର ଜେନେରାଲ ତ୍ୱରିତ ଶୁଣାଣି ପାଇଁ ନିବେଦନ କରିଛୁ। ୟୁପିଏସସିକୁ ନାଁ ସୁପାରିସ କରିବାରେ ସରକାର କୌଣସି ତ୍ରୁଟି କରି ନାହାନ୍ତି। ପ୍ରକାଶ ସିଂ ରାୟ ଆଧାରରେ ନାମ ସୁପାରିସ୍ କରାଯାଇଛି। କୌଣସି ଠାରେ ସୁପ୍ରିମକୋର୍ଟ କହି ନାହାନ୍ତି କେତେ ଜଣଙ୍କ ନାଁ ସୁପାରିସ ହେବ। ୩ ଜଣଙ୍କ ନାଁ ସୁପାରିସ୍ ନେଇ କିଛି ଲୋକଙ୍କ ମଧ୍ୟରେ ଭ୍ରାନ୍ତି ଧାରଣା ରହିଛି। ଯଦି ଆମେ ୩ଟି ନାଁ ପଠାଇବୁ, ୟୁପିଏସସି ୩ଟି ନାଁ ଫେରାଇବ ତାହେଲେ ଚୟନ କଣ। ଏହି ମାମଲା ପଛରେ କିଛି ଅଫିସରଙ୍କ ଅଭିସନ୍ଧି ରହିଛି। ତେଣୁ ସରକାର ସମ୍ପୂର୍ଣ୍ଣ ଭାବେ ଆଇନସମ୍ମତ କାର୍ଯ୍ୟ କରିଛନ୍ତି। କିଏ ଡିଜିପି ହେବେ ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ନିଷ୍ପତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା