
କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – ପଥରକଣୀ ମଣ୍ଡଳ ୦୭ ନମ୍ବର ଜୋନ୍ ସ୍ତରୀୟ ସେବା ସଂକଳ୍ପ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦୀର୍ଘାୟୁ କାମନାକରି ଆର୍ଶୀବାଦର ଦୀପ କାର୍ଯ୍ୟକ୍ରମ ମା’ ପଥରକଣୀ ଠାକୁରାଣୀ ପାଖରେ ଅନୁଷ୍ଠିତ ହୋଇଛି। ଏପଟେ ଚାଲିଛି ଖିଆପିଆ ଯିଏ ଆସୁଛି ସିଏ ଖାଉଛି, ଦେଖିଲେ ଲାଗୁଛି ସତେ ଯେମିତି ଏଠାରେ ଅର୍ଣ୍ଣ ଛତ୍ର ଦିଆଯାଉଛି ନାଇ ଆଜ୍ଞା ଏହା କୌଣସି ଛତ୍ରର ଦୃଶ୍ୟ ନୁହେଁ ଏହା ହେଉଛି ଯଶଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନର ଖିଆପିଆ। ତାହା ପୁଣି ପଥରକଣୀ ଠାକୁରାଣୀ ପାଖରେ ଆଜି ସଂକ୍ରାନ୍ତି ପ୍ରବଳ ଭିଡ଼ ଥାଏ ମା’ଙ୍କ ମନ୍ଦିର ତାରି ଭିତରେ ମା’ଙ୍କ ନିକଟରେ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମଣ୍ଡଳ ସ୍ତରୀୟ ୦୭ ନମ୍ବର ଜୋନର ପଥରକଣୀ ମଣ୍ଡଳ ଅଧିନରେ ଥିବା ବାରୁଅ, ଗାଙ୍ଗାପଡ଼ା, ପଳାସିଙ୍ଗା, ସାନମାଣତିଆ, ଚନ୍ଦନପୁର ଓ କେଶପୁର ପଂଚାୟର ମୋଦୀପ୍ରେମୀମାନେ ଏକତ୍ରିତ ହୋଇ କେନ୍ଦ୍ରାପଡ଼ାର ମା’ ପଥରକଣୀ ଠାକୁରାଣୀ ପୀଠରେ ୭୭ ଗୋଟି ଦୀପ ଜାଳି ମା’ଙ୍କ ନିକଟରେ ଦୀର୍ଘାୟୁ କାମନା କରିଥିଲେ। ତେବେ ଏହି ଜନ୍ମ ଉତ୍ସବ ଅବସରରେ ସମଗ୍ର ଦେଶ ପାଳୁଛି ଆଜି ବିଶ୍ୱସ୍ତରୀୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ବିଜେପି ନେତା ଓ କର୍ମୀ ଆଜି ସକାଳ ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପ ଜାଳି ଆର୍ଶୀବାଦ ର ଦୀପ କାର୍ଯ୍ୟକ୍ରମ କରିଛନ୍ତି। ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଧଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, କଟକ ଜିଲ୍ଲା ପ୍ରଭାରୀ କିଶୋର ପଣ୍ଡା, ଜିଲ୍ଲା କାର୍ଯ୍ୟକର୍ତା ଉପିନ ରାଉତ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଦୟାନିଧି ବଳ, ମଣ୍ଡଳ ପ୍ରଭାରୀ ତିଳୋତମା ବରାଳ, ରଞ୍ଜନ କୁମାର ସାହୁ, ଜୟନ୍ତ ପାତ୍ର, ସର୍ବେସ୍ୱର ଭଳ, ରମେଶ ପ୍ରଧାନ, ଶେଷଦେବ ପ୍ରଧାନ ଓ ଶହ ଶହ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି