ଏକ୍ସ କ୍ୟାଡର ଶିକ୍ଷକଙ୍କ ବିଭିନ୍ନ ସମସ୍ୟାନେଇ ଜିଲ୍ଲାସ୍ତରୀୟ ଜରୁରୀ ବୈଠକ
କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର (ହି.ସ.) -ଗରାପୁର ସ୍ଥିତ ରାଜୀବଗାନ୍ଧୀ ସେବାଗୃହଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସକାଡର) ସଂଘର ଏକ ଜରୁରୀକାଳୀନ ବୈଠକ ଜିଲ୍ଲାସଭାପତି ଆଲୋକ ସତ୍ୟବ୍ରତ ଦେବଦତ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଗରଦପୁର ବ୍ଲକର ସଂଗଠକ ତଥା ନେତ
ଏକ୍ସ କ୍ୟାଡର ଶିକ୍ଷକଙ୍କ ବିଭିନ୍ନ ସମସ୍ୟାନେଇ ଜିଲ୍ଲାସ୍ତରୀୟ ଜରୁରୀ ବୈଠକ


କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର (ହି.ସ.) -ଗରାପୁର ସ୍ଥିତ ରାଜୀବଗାନ୍ଧୀ ସେବାଗୃହଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସକାଡର) ସଂଘର ଏକ ଜରୁରୀକାଳୀନ ବୈଠକ ଜିଲ୍ଲାସଭାପତି ଆଲୋକ ସତ୍ୟବ୍ରତ ଦେବଦତ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଗରଦପୁର ବ୍ଲକର ସଂଗଠକ ତଥା ନେତୃତ୍ୱ ସ୍ଥାନୀୟ ଦିବଙ୍ଗତ ଶିକ୍ଷକ ପ୍ରମୋଦ କୁମାର ଲେଙ୍କାଙ୍କ ସ୍ମୃତିରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହିଅ ବସରରେ ରାଜ୍ୟସଂଘର ଡାକରାରେ ଆସନ୍ତା ୨୧ ସେପ୍େଟମ୍ବରରେ ଆୟୋଜିତ ହେବାକୁ ଥବା ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଏକ୍ସ କାଡର ଶିକ୍ଷକ ଏକଜୁଟ ହୋଇ ସାମିଲହେବାକୁ ଜିଲ୍ଲା ସଂଘ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ । ବୈଠକରେ ଏକ୍ସକାଡର ଶିକ୍ଷକଙ୍କ ଦୀର୍ଘଦିନର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଏକ୍ସକାଡର ବ୍ୟବସ୍ଥାର ଉଚ୍ଛେଦ, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ଓଟିଇଟି ଉତ୍ତୀର୍ଣ୍ଣ/ଉନ୍ନୀତ ଶିକ୍ଷକଙ୍କ ଇନ୍କ୍ରିମେଣ୍ଟଏବଂ ଅନ୍ୟାନ୍ୟ ସେବା ସମ୍ପର୍କିତ ସମସ୍ୟା ଉପରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ମହେନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବାରିକ, ବିରଞ୍ଚିନାରାୟଣ ଦାସ, ପ୍ରଭାକର ରାଉତ, ନିର୍ମଳ ବାରିକ, ମାନସ ରଞ୍ଜନ ରାଉତ, ଦୁଃଶାସନ ରାଉତ, ଶ୍ରୀଚନ୍ଦନ ଓଝା, ଧନେଶ୍ୱର ନାଥ ଶର୍ମା, ଚିତ୍ତରଞ୍ଜନ ଲାହା, ଏସ୍.କେ. ମହମ୍ମଦ ଅଲ୍ଲୀ, ଉମାକାନ୍ତ ଲେଙ୍କା, ଐଶ୍ୱର୍ଯ୍ୟା ବେଉରା, ମମତା ବିଶ୍ୱାଳ, ବିରଞ୍ଚି ନାରାୟଣ ତ୍ରିପାଠୀ, ଅଭିମନ୍ୟୁ ଲେଙ୍କା, ଝରଣାଶ୍ରୀ ଲେଙ୍କା, ବିଦୁତ ପ୍ରଭା ମୁଦୁଲି, କବିତା ପରିଡା, ନିରାକାର ପଣ୍ଡା, ଭବରଞ୍ଜନ ସାହୁ, ନିର୍ମଳା ସାହୁ, ଦିଲୀପ ଦାସ ଓ ସୁଶାନ୍ତ ଦାସଙ୍କ ସମେତ ନଅଟିବ୍ଲକର କର୍ମକର୍ତ୍ତା ଓ ଶିକ୍ଷକମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ରାଉତ ଓ ନିରୋଦ କୁମାର ଲେଙ୍କାଙ୍କୁ ଜିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମାନସୀ ଗୁପ୍ତାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande