
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କରେ ଗୁରୁବାର ପ୍ରତ୍ୟୁଷରେ ଗଞ୍ଜେଇ ପରିବହନ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ପାଟ୍ରୋଲିଂ ପୁଲିସ ଗିରଫ କରିବା ସହ ୬କିଲୋ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି। ଥାନାରେ ୪୫୬/୨୬ ମାମଲା ଋଜୁ ହୋଇ ଭଦ୍ରକ ପୁରୁଣାବଜାର ମହମ୍ମଦ ଆଜିମୁଲ ହକ ଓ ହାଟଡିହି ଥାନା ଅଂଚଳର ଯଦୁମଣି ମୁଦୁଲିଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇ ବଜାର ମୂଲ୍ୟ ଆନୁମାନିକ ୭୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ