

ବଲାଙ୍ଗିର, ୧୭ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ବଲାଙ୍ଗିର ଶାଖା ଗଙ୍ଗାଧରଙ୍କର କୃଷକ ସଂଗୀତ ଓ ନବାନ୍ନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଭାପତିତ୍ବ କରିଥିଲେ ସଭାପତି ଡକ୍ଟର ଭବାନୀ ଶଙ୍କର ପଟେଲ । ମୁଖ୍ଯ ଅତିଥୀ ଭାବରେ ଅନୁଷ୍ଠାନର ମୁଖ୍ଯ କୁମାରୀ ବି. କେ. ଜ୍ୟୋତି ମଞ୍ଚାସୀନ ଥିଲେ । ମୁଖ୍ଯ ବକ୍ତା ଭାବରେ ଅଖିଳ ଭାରତୀୟ ସାହିତ୍ଯ ପରିଷଦର ସଭ୍ଯା ଅତି ସାରଗର୍ଭକ ଭାଷଣ ଦେଇଥିଲେ। କୁମାରୀ ଜ୍ୟୋତି ଆତ୍ମା ଓ ପରମାତ୍ମାଙ୍କ ଓ ଧ୍ୟାନ ଉପରେ ସୁନ୍ଦର ଭାବରେ ବୁଝାଇ ଗଙ୍ଗାଧର ଏକ ପବିତ୍ର ଆତ୍ମା ବୋଲି କହିଥିଲେ । ଶ୍ରୀମତୀ ରଶ୍ମି ପାତ୍ର ଗଙ୍ଗାଧରଙ୍କର ଜୀବନୀ ଓ ନବାନ୍ନ ଉପରେ ସୁନ୍ଦର କବିତା ପଠନ କରିଥିଲେ । ସଭାର ମଞ୍ଚ ପରିଚାଳନା ସୁରଥ ସାହୁ ଶିକ୍ଷକ ବିଶ୍ୱାତ୍ମା ବିଦ୍ୟା ମନ୍ଦିର ଅତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ତଥା ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଶ୍ରୀ ରାମ ଶଙ୍କର ଶତପଥୀ ପରିବେଶ ସଂପର୍କୀତ ସୁନ୍ଦର ଓମ୍ ଶାନ୍ତି ଦର୍ଶନ ଆଧାରିତ ଭଜନ ପରିବେଷଣ କରି ପରିବେଶକୁ ବ୍ରହ୍ମମୟ କରି ଦେଇଥିଲେ । ଡକ୍ଟର ପଟେଲ ନିଜ ଅଭିଭାଷଣରେ ଗଙ୍ଗାଧର ଓ ନବାନ୍ନ ସହ ସଂପର୍କକୁ ଉପସ୍ଥାପିତ କରିଥିଲେ ।ଧନ୍ୟବାଦ ପ୍ରଦାନ କରିଥିଲେ କବି ବଳିଷ୍ଠ ପ୍ରଧାନ।
ଏହା ସହ ଡକ୍ଟର ଅଭିମନ୍ୟୁ ମିଶ୍ର ସଂକ୍ଷିପ୍ତ ଭାଷଣ ମଧ୍ୟରେ ପ୍ରଫେସର ପତିଙ୍କର ତପସ୍ୱିନୀକୁ ଅନୁବାଦ ଉପରେ ଆଲୋକପାତ କରିଥିଲେ ।ଅନୁଷ୍ଠାନର ଦୁଇ ଜଣ ସଂକ୍ଷିପ୍ତ ଭାଷଣ ଦେବା ସହ ସମସ୍ତ ଅତିଥୀ ମାନଙ୍କୁ ପୁସ୍ତକ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ କୁମାରୀ ଜ୍ୟୋତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ