ମୃତ ଆଇନଜୀବୀ ପରିବାରକୁ ସଂଘ ପକ୍ଷରୁ ସହାୟତା
କେନ୍ଦ୍ରାପଡା, 17 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡାର ବରିଷ୍ଠ ଆଇନ୍ଜିବୀ ସ୍ୱର୍ଗତ ମିର୍ ଅଫସର୍ ଅଲ୍ଲୀ ବକ୍ସଙ୍କ ହୃଦଘାତରେ ପରଲୋକ ହୋଇଯାଇଥିବାରୁ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋକସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ରବିନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଇନ୍ଜ
ମୃତ ଆଇନଜୀବୀ ପରିବାରକୁ ସଂଘ ପକ୍ଷରୁ ସହାୟତା


କେନ୍ଦ୍ରାପଡା, 17 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡାର ବରିଷ୍ଠ ଆଇନ୍ଜିବୀ ସ୍ୱର୍ଗତ ମିର୍ ଅଫସର୍ ଅଲ୍ଲୀ ବକ୍ସଙ୍କ ହୃଦଘାତରେ ପରଲୋକ ହୋଇଯାଇଥିବାରୁ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋକସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ରବିନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଇନ୍ଜିବୀ ସ୍ୱର୍ଗତଃ ଶ୍ରୀ ଅଲ୍ଲୀଙ୍କ ପରିବାରକୁ ସହାୟତା ଦେବାପାଇଁ ସ୍ଥିର କରାଯାଇଥିଲା । ବୁଧବାର ଓକିଲ ସଂଘର ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ଉପସଭାପତି ନୃସିଂହ ଚରଣ ରାଉତ, ବରିଷ୍ଠ ଆଇନ୍ଜିବୀ ମୋତିୱାଲା ବକ୍ସଙ୍କ ସମେତ ଅନ୍ୟ ଆଇନ୍ଜିବୀମାନେ ସ୍ୱର୍ଗତଃ ଅଲ୍ଲୀଙ୍କ ବାସଭବନରେ ପହଁଚି ଓକିଲ ସଂଘର ମୃତ୍ୟୁକାଳୀନ ପାଣ୍ଠିରୁ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ପରେ ମୃତ୍ୟୁ ପ୍ରମାଣପତ୍ର ପାଇବା ପରେ ଅବଶିଷ୍ଟ ସହାୟତା ପ୍ରଦାନ କରାଯିବ ବୋଲି ଉପସଭାପତି ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande