
କେନ୍ଦ୍ରାପଡା, 17 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡା ଜାତୀୟ ରାଜପଥ ପ୍ରଶସ୍ତୀକରଣ ହେବାପରେ ଶ୍ୟାମସୁନ୍ଦରପୁର ପୋଲତଳେ କେତେକ ସ୍ଥାନରେ ବର୍ଷାଜଳ ଜମି ରହୁଥିବାରୁ ଠିକା କମ୍ପାନି ପିଏସ୍କେ ଏହାକୁ ପୁନର୍ବାର ପିଚୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଦୀର୍ଘଦିନ ହେଲା ପୋଲ ତଳେ ଏକ ଟ୍ରକ ପଡି ରହିଥିବାରୁ ଠିକା କମ୍ପାନୀ ଏହାକୁ ଉଠାଇ ପାରିନଥିଲେ । ଫଳରେ ପିଚୁଟି ସମ୍ପୂର୍ଣ୍ଣ ଭାବରେ ହୋଇପାରିନଥିବା ଜଣାପଡିଛି । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବେଆଇନ୍ ଭାବେ ଶହ ଶହ ଅଚଳ ଓ ଦୁର୍ଘଟଣାଗସ୍ତ ଟ୍ରକ ମାଲିକମାନେ ଛିଡାକରି ରଖିଥିବାରୁ ଅନେକ ଦୁର୍ଘଟଣା ଘଟୁଛି । ଏହି ଟ୍ରକ ଗୁଡିକୁ ରାସ୍ତା କଡରୁ ଉଠାଇବା ପାଇଁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ରବି