ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ
ମାଲକାନଗିରି , ୧୭ ସେପ୍ଟେମ୍ବର (ହି.ସ.) ଜିଲ୍ଲା ପ୍ରଶାସନ ପକ୍ଷରୁ ସେବା ଓ ଜନସମ୍ପର୍କକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସେବା ସଂକଳ୍ପ ଅଭିଯାନ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆଜି ଏହି ଜନକଲ
ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ


ମାଲକାନଗିରି , ୧୭ ସେପ୍ଟେମ୍ବର (ହି.ସ.)

ଜିଲ୍ଲା ପ୍ରଶାସନ ପକ୍ଷରୁ ସେବା ଓ ଜନସମ୍ପର୍କକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସେବା ସଂକଳ୍ପ ଅଭିଯାନ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆଜି ଏହି ଜନକଲ୍ୟାଣକାରୀ ଅଭିଯାନର ପ୍ରଥମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଅବସରରେ ସମଗ୍ର ଜିଲ୍ଲାରେ ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଏବଂ ସାଧାରଣ ଜନତା ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାର ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ମୁଖ୍ୟ ଉତ୍ସବରେ ମିଶନ ଶକ୍ତିର ମା ମାନେ ଏକତ୍ରିତ ହୋଇ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଶୀର୍ବାଦର ଦୀପ ମାଧ୍ୟମରେ ଜିଲ୍ଲାର ପ୍ରଗତି, ସମୃଦ୍ଧି ଏବଂ ସାମଗ୍ରିକ ବିକାଶ ପାଇଁ ଏହି ଅବସରରେ ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ସଂକଳ୍ପ ନିଆଯାଇଛି।

କେବଳ ଜିଲ୍ଲା ସଦର ମହକୁମା ନୁହେଁ, ବରଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକ ସମେତ ସମସ୍ତ ପ୍ରମୁଖ ପର୍ଯ୍ୟଟନ ଏବଂ ସାଂସ୍କୃତିକ ଐତିହ୍ୟ ସ୍ଥଳୀରେ ମଧ୍ୟ ଏହି ଦୀପୋତ୍ସବର ଆୟୋଜନ କରାଯାଇଥିଲା। ବିଶେଷ କରି ମାଲକାନଗିରିର ଗୌରବ ବହନ କରୁଥିବା ପ୍ରସିଦ୍ଧ ଗୁରୁପ୍ରିୟା ସେତୁର ମୁଗି ପଏଣ୍ଟ, ଚିତ୍ରକୋଣ୍ଡା ଡ୍ୟାମ୍, ମାଥିଲି ଶହୀଦ ସ୍ମୃତି ସ୍ତମ୍ଭ ଏବଂ ବୋଣ୍ଡା ଘାଟି ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ବ୍ୟାପକ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପ୍ରଥମ ଦିନରେ ହିଁ ମିଶନ ଶକ୍ତି ମା ମାନଙ୍କର ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଅପୂର୍ବ ସହଯୋଗ ଏହି ସେବା ସଂକଳ୍ପ ଅଭିଯାନକୁ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନରେ ପରିଣତ କରିବ ବୋଲି ଆଶା ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande