ମାକ୍ରୋୱେବ ଟେକ୍ନୋଲୋଜିରେ ଭକ୍ତି ଓ ଉତ୍ସାହର ସହ ବିଶ୍ୱକର୍ମା ପୂଜା ପାଳିତ
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂସ୍ଥାର କର୍ମଚାରୀ, ଅଧିକାରୀ, ଅତିଥି ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ପାରମ୍ପରିକ ରୀତ
MACROWEB TECHNOLOGY BISWAKARMA PUJA


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂସ୍ଥାର କର୍ମଚାରୀ, ଅଧିକାରୀ, ଅତିଥି ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ ମାକ୍ରୋୱେବ ଟେକ୍ନୋଲୋଜି ପରିସରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ସକାଳୁ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂସ୍ଥାର କର୍ମଚାରୀମାନେ ଉତ୍ସାହର ସହ ପୂଜାରେ ଯୋଗଦେଇ ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ମାକ୍ରୋୱେବ ଟେକ୍ନୋଲୋଜିର ମ୍ୟାନେଜିଂ ଡାଇରେକ୍ଟର ମନୋଜ କୁମାର ରାୟ କହିଥିଲେ ଯେ, ବିଶ୍ୱକର୍ମା ପୂଜା କେବଳ ଯନ୍ତ୍ରପାତି ଓ ପ୍ରଯୁକ୍ତିର ପୂଜା ନୁହେଁ, ବରଂ ଶ୍ରମ, ସୃଜନଶୀଳତା, କୌଶଳ ଓ ଉନ୍ନତି ପ୍ରତି ସମ୍ମାନର ଏକ ପ୍ରତୀକ। ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ସଂସ୍ଥା ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବା ସହ ନିଯୁକ୍ତି ସୃଷ୍ଟି, ସମାଜସେବା ଓ ଡିଜିଟାଲ ସେବା କ୍ଷେତ୍ରରେ ଅଧିକ ଅବଦାନ ରଖିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ମାକ୍ରୋୱେବ ଟେକ୍ନୋଲୋଜି ଦୀର୍ଘ ବର୍ଷ ଧରି ଭଦ୍ରକ ତଥା ଓଡ଼ିଶାରେ ଆଇଟି ଶିକ୍ଷା, ଆଇଟି ଏନାବଲ୍ଡ ସର୍ଭିସ, ସରକାରୀ ପ୍ରଶିକ୍ଷଣ, ମ୍ୟାନପାୱାର ସେବା, ଇଭେଂଟ ମ୍ୟାନେଜମେଂଟ ଓ ସୋଲାର ଇନ୍ଷ୍ଟଲେସନ୍ ଭଳି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରିଆସୁଛି। ବିଶ୍ୱକର୍ମା ପୂଜା ଅବସରରେ ସଂସ୍ଥାର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ସଂସ୍ଥାର ନିରନ୍ତର ପ୍ରଗତି, ଗ୍ରାହକଙ୍କ ସନ୍ତୋଷ ଓ ସମାଜର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସଂସ୍ଥାର ନିର୍ଦ୍ଦେଶିକା ନମ୍ରତା ରାୟ ଉତ୍ସାହ ପ୍ରକାଶ କରି କହିଥିଲେ ଯେ, ମାକ୍ରୋୱେବ ଟେକ୍ନୋଲୋଜି ନିଜ ସେବାକୁ ଓଡ଼ିଶା ବାହାରେ ସମ୍ପ୍ରସାରଣ କରିବା ଦିଗରେ ଆଗେଇ ଚାଲିଛି। ଏହି କ୍ରମରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ନିଜର ସେବା ବିସ୍ତାର ପାଇଁ ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଛି। ଖୁବଶୀଘ୍ର ପଶ୍ଚିମବଙ୍ଗର ଲୋକଙ୍କ ନିକଟରେ ମାକ୍ରୋୱେବ ଟେକ୍ନୋଲୋଜିର ବିଭିନ୍ନ ସେବା ପହଂଚିବ ଏବଂ ସେଠାରେ ମଧ୍ୟ ସଂସ୍ଥା ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ପୂଜା ପରେ କର୍ମଚାରୀ, ଅତିଥି ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଭକ୍ତି, ଶୃଙ୍ଖଳା ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande