
ଭୁବନ, ୧୭ ସେପ୍ଟେମ୍ବର(ହି.ସ.) – ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କଙ୍କଡ଼ାହାଡ଼ ବ୍ଳକ୍ ଚଢ଼େଇରଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଦ୍ୟାଳୟର ମାତୃ କମିଟିର ସଦସ୍ୟା ଭାରତୀ ଦେହୁରୀ, ମାଳତୀ ଦେହୁରୀ, ପଙ୍କଜିନୀ ମହାନ୍ତ, ଜୟମୁନୀ ଦେହୁରୀ, ଚନ୍ଦନୀ ଦେହୁରୀ ପ୍ରମୁଖ ନିଜ ପୁଅ ଝିଅଙ୍କ ସହିତ ବିଦ୍ୟାଳୟ ପରିସରରେ ଫଳ ଓ ଫୁଲ ଗଛ ଲଗାଇଥିଲେ। ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ଓ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ