ବିଜେପି ଇନ୍ଦ୍ରାଦି ମଣ୍ଡଳ ପକ୍ଷରୁ ମୋଦିଙ୍କ ଜନ୍ମଦିନରେ ଦୀପଦାନ
ନୂଆପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଇନ୍ଦ୍ରାଦି ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଖଡ଼ିଆଳ କୋଶଲେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ
Modi nka janmadinare dipadan


ନୂଆପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଇନ୍ଦ୍ରାଦି ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଖଡ଼ିଆଳ କୋଶଲେଶ୍ୱର ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା। ଏଥିସହ ଦେଶର ବିକାଶ ଓ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ କର୍ମୀମାନେ ସଂକଳ୍ପ ନେଇଥିଲେ। ଇନ୍ଦ୍ରାଦି ମଣ୍ଡଳ ସଭାପତି ଯୁଧିଷ୍ଠିର ହଂସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ, ସଞ୍ଜୟ ତିୱାରୀ, ରାତ୍ରାନନ୍ଦ ମନହିରା, ରିଷିଗାଁ ମଣ୍ଡଳ ସଭାପତି ସୁଶାନ୍ତ ବିଶି, ମୋହନ ଯାଦବ, ରାଧେ ରଣା ଓ ସୌମ୍ୟ ରଞ୍ଜନ ସିଂଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଅବସରରେ କର୍ମୀମାନେ ଦେଶର ସମୃଦ୍ଧି, ବିକାଶ ଓ ଜନକଲ୍ୟାଣ ପାଇଁ ସାମୂହିକ ଭାବେ ସଂକଳ୍ପବଦ୍ଧ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande