
କେନ୍ଦୁଝର, ୧୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ରେ ନିଉଟନ୍ କଲେଜ ଅଫ ନର୍ସିଂ ବୁଧବାର ଉଦ୍ଘାଟିତ ହୋଇଯାଇଛି। କେନ୍ଦୁଝର ଘଟଗାଁ ଭଳି ଅଂଚଳରେ ପ୍ରଥମ କରି,ଆଦିବାସୀ ପିଲା ସମସ୍ତ ବର୍ଗ ର ଛାତ୍ର ଛାତ୍ରୀ ଏହି କଲେଜ ରେ ପଢ଼ିବାର ସୁଯୋଗ ପାଇ ପାରିବେ, ଚଳିତ ବର୍ଷ,ଏ ଏନ୍ ଏମ ଏବଂ ଜି ଏନ୍ ଏମ ରେ ପଢ଼ି ବା ଓ ସମସ୍ତ ସୁବିଧା ଛାତ୍ର ଛାତ୍ରୀ ଙ୍କୁ ଅନୁଷ୍ଠାନ ସୁଯୋଗ ଦେଇଛି।
ଅନୁଷ୍ଠାନକୁ, କେନ୍ଦୁଝର ସାଂସଦ ଙ୍କ ଧର୍ମପତ୍ନୀ,ସମାଜସେବୀକା, ଲବଙ୍ଗଲତା ନାୟକ ଫିତା କାଟି ଉଦ୍ଘାଟନ କରିଥିଲେ ଉପସ୍ଥିତ ଅତିଥି ଙ୍କ ମଧ୍ୟରେ ଘଟଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକ, ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂହ, ଶିକ୍ଷାବିତ୍ ପଦ୍ମଲୋଚନ ମହାନ୍ତ ଯୁବ ସମାଜ ସେବୀ ଯୁଗଳ କିଶୋର ପଳେଇ, ପ୍ରମୁଖ ଉପସ୍ଥିତ ରେ ଆୟୋଜିତ ସଭା ରେ ସମସ୍ତ ଅତିଥି, ଅନୁଷ୍ଠାନ ର ମଙ୍ଗଳ କାମନା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ସୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବାକୁ ସୁସ୍ଥ ସମାଜ ସମାଜ ଗଠନ ଦିଗରେ ଅଗ୍ରଗତି ହେବାକୁ ପ୍ରେଣଣା ଦେଇଥିଲେ ଅତିଥି ଗଣ,ଏହି ଅବସରରେ ସ୍ୱାସ୍ଥ୍ୟ ସହ ସମାଜ ସେବା ଦିଗରେ ପବିତ୍ର ମୋହନ ସିଂହ ଙ୍କୁ ଉତରିୟ ସହ ମା ତାରିଣୀ ଙ୍କ ଫଟୋ ଦେଇ ସମ୍ମାନିତ କରା ଯାଇଥିଲା। ଅନୁଷ୍ଠାନ ଛାତ୍ର ଛାତ୍ରୀ , ଅଦ୍ଭିଭାବକ ବହୁ ବ୍ୟକ୍ତି ଏହି ଉଦ୍ଘାଟନ ଦିବସ ରେ ଉପସ୍ଥିତ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA