
ସୁବର୍ଣ୍ଣପୁର,୧୭ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ଗ୍ରାମପଞ୍ଚାୟତର ସିଂହାରୀ ସିଦ୍ଧେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପରେ ରୂପଶ୍ରୀ କଳା ପରିଷଦ ସିଂହାରୀ ଦ୍ୱାରା ଚତୁର୍ଥତମ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ସିଂହାରୀ ପେକ୍ସ ସଂପାଦକ ଅଜାମିଳ ଚୌହାନ, ତରଭା ବ୍ଳକ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ଚୌହାନ, ମୂଖ୍ୟ ଅତିଥି, ସମିତି ସଭ୍ୟା ଶ୍ରୀମତୀ ରଶ୍ମୀତା କୂଅଁର ଏବଂ ଅନ୍ୟାନ୍ୟ ଅତିଥି ଯଥା -ପୂର୍ବତନ ୱାର୍ଡ଼ମେମ୍ବର ଗଜିନ୍ଦ୍ର ଚୌହାନ, ସୁନିଲ ସାହୁ, ଧନମାଲି କୁଅଁର (ମହିଳା ସଂକିର୍ତ୍ତନ୍ୟ ମ୍ୟାନେଜର), ପିଣ୍ଡୁ କୂଅଁର, ରୂପଶ୍ରୀ ସଭାପତି ଦୂର୍ବାଦଳ ସାହୁ, ରୂପଶ୍ରୀ ସଂପାଦକ କମଳ ଭୁଏଙ୍କ କର କମଳରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଯୁକ୍ତାମୟୀ ଭୁଏ, ବିମଳ ଭୁଏ, ପରମାନନ୍ଦ ସାହୁ ଓ ସାଥି ଆବାହନୀ ସଂଗୀତ ଗାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ