ପିତ୍ତଳ ଜ୍ଞାନ କେନ୍ଦ୍ର ସ୍ତରୀୟ ୯ମ ପୋଷଣ ମାସ ପାଳନ
ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତଳ ପ୍ରଥମ ଅଙ୍ଗନବାଡି କେନ୍ଦ୍ରରେ ଜ୍ଞାନ କେନ୍ଦ୍ର ସ୍ତରୀୟ୯ମ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ୱ। ର୍ଡସଭ୍ଯା ସୁଦେଷ୍ଣା ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଅଞ୍ଚଳ ପରିଦର୍ଶିକା ଦିପ୍ତିରାଣୀ ଧୋବା ଯୋ
ପିତ୍ତଳ ଜ୍ଞାନ କେନ୍ଦ୍ର


ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକ ର ପିତଳ ପ୍ରଥମ ଅଙ୍ଗନବାଡି କେନ୍ଦ୍ରରେ ଜ୍ଞାନ କେନ୍ଦ୍ର ସ୍ତରୀୟ୯ମ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ୱ। ର୍ଡସଭ୍ଯା ସୁଦେଷ୍ଣା ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଅଞ୍ଚଳ ପରିଦର୍ଶିକା ଦିପ୍ତିରାଣୀ ଧୋବା ଯୋଗଦେଇ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଦ୍ଵୋଧନ ଦେଇ ଶିଶୁ ଓ ମା ମାନେ ପୃଷ୍ଟିସାର ଓ ସବୁଜ ପନିପରିବା ଖାଦ୍ୟ ଖାଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସୁନ୍ଦର ପୃଷ୍ଟିସାର ଖାଦ୍ୟ ଓ ବିଭିନ୍ନ ପନିପରିବାର ସମାହାରରେ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସୁନ୍ଦର କୁଟୁକମ ରଙ୍ଗୋଲି ଓ ଚିତ୍ରାଙ୍କନ ମଧ୍ଧ କେନ୍ଦ୍ରରେ କରାଯାଇଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ତାଙ୍କର ମଙ୍ଗଳ ମନାସି ଜନସାଧାରଣ ବିଶେଷ କରି ସୁଭଦ୍ରା ହିତାଧିକାରୀମାନେ ସନ୍ଧ୍ଯାରେ ଘରେ ଘରେ ଦୀପ ଜାଳିବାକୁ କାର୍ଯ୍ୟକ୍ରମ ପକ୍ଷରୁ ଆହ୍ୱ।ନ ଦିଆଯାଇଛି।

ଆରମ୍ଭରେ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ସ୍ୱ।ଗତ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ପିତଳ ଵାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତି ଦାଶ ଅତିଥି ରୂପେ ଯୋଗଦେଇ ଥିଲେ ଓ ଏଏନସି ସଭ୍ଯା କିଶୋ୍ରୀ ଵାଳିକା, ସହାୟିକା, ଅଭିଭାବକ, ଆଶାକର୍ମୀଙ୍କ ସମେତ ସର୍ବଅଙ୍ଗନଵାଡିକର୍ମୀ କାଦମ୍ବରୀ ନାୟକ, ଏ. ସୁଜାତା ପାତ୍ର, ବାସନ୍ତୁ ସାହୁ, ଗୀତାଞ୍ଜଳି ନାୟକ, ନମିତା ବେହେରା, ବବିତା ପାତ୍ର, ସନ୍ଧ୍ୟାରାଣୀ ଦାଶ, ବିଷ୍ଣୁ ପ୍ରିୟା ପୃଷ୍ଟି, ସନ୍ତୋସିନୀ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande