ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଦୀପ ଦାନ
ଭୁବନ, ୧୭ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜୟନ୍ତୀ ଅବସରରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ରାମ ମନ୍ଦିରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମୂହିକ ଦୀପ ଦାନ କରାଯାଇଥିଲା । ବିଡ଼ିଓ ଆୟୁଷି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ
ଦୀପ ଦାନ


ଭୁବନ, ୧୭ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜୟନ୍ତୀ ଅବସରରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ରାମ ମନ୍ଦିରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମୂହିକ ଦୀପ ଦାନ କରାଯାଇଥିଲା । ବିଡ଼ିଓ ଆୟୁଷି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଦୀପ ଜାଳିଥିଲେ ।

ଏଥିରେ ବ୍ଲକ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ୍ କୁମାର ବେହେରା, ସହକାରୀ ଯନ୍ତ୍ରୀ ନୀଳମଣି ମହାପାତ୍ର, ଗିରିଶ ଚନ୍ଦ୍ର ପରିଡ଼ା, ଜିପିଡିଓ ମନୋଜ କୁମାର ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥଙ୍କ ସମେତ ଲାଲଚାନ୍ଦ ସିଂ, ବିବେକାନନ୍ଦ ବିଶ୍ୱାଳ, ଅଭିମନ୍ୟୁ ସାହୁ, ରମେଶ ଚନ୍ଦ୍ର ଗୌଡ, ସୁବ୍ରତ ସାହୁ, ଚାନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande