ପୂର୍ବତନ କେନ୍ଦ୍ରନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଆଜି, ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ରଛାତ୍ରୀ
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ରାଜନିତୀର ପିତାମହ ଭୀଷ୍ମ ୮ ଥରର ସାଂସଦ, ୨ ଥରର ବିଧାୟକ ପୂର୍ବତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ୮୬ ତମ ଜନ୍ମ ଜୟନ୍ତୀ ଆସନ୍ତା ଶୁକ୍ରବାର ପାଳନ କରାଯିବ । ଏନେଇ ଆଜି ଗୁରୁବାର ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛ
PRABANDHA PRATIJOGITA PHOTO (2)


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଭଦ୍ରକ ରାଜନିତୀର ପିତାମହ ଭୀଷ୍ମ ୮ ଥରର ସାଂସଦ, ୨ ଥରର ବିଧାୟକ ପୂର୍ବତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ୮୬ ତମ ଜନ୍ମ ଜୟନ୍ତୀ ଆସନ୍ତା ଶୁକ୍ରବାର ପାଳନ କରାଯିବ । ଏନେଇ ଆଜି ଗୁରୁବାର ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ଆଶାମଣି ଉଚ୍ଚ ବିଦ୍ୟାପୀଠ କୁଣ୍ଡି ମହାନ୍ତିପଡାରେ ୨୫ , ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୫, କୃଷ୍ଣ ଚରଣ ବିଦ୍ୟାମନ୍ଦିରରେ ୨୫ ଜଣଙ୍କୁ ମିଶାଇ ମୋଟ ୯୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ଜୀବନ ଦର୍ଶନର ଇତିବୃତି ଶୀର୍ଷକ ପ୍ରତିଯୋଗିତାକୁ ଜୟନ୍ତୀ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ତତ୍ୱାବଧାନରେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲ, ପ୍ରକାଶ ଚନ୍ଦ୍ର ସାହୁ, ପଚାଂନନ ପୃଷ୍ଟି, କୈଳାସ ଚନ୍ଦ୍ର ଧଳ,ମୋହନ କୁମାର ମହାନ୍ତି, ଉପେନ୍ଦ୍ର ବିଶ୍ୱାଳ ପରୀକ୍ଷା ନୀରିକ୍ଷକ ସହ ଖାତା ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଶୁଭ୍ରସ୍ମିତା ସାହୁ, ଝରଣା ମହାନ୍ତି, ପ୍ରଶନ୍ନଜିତ କବି, ପୃଥୀରାଜ ଦାସ, ଟି.ଭେଙ୍କେଟେସ ନାଥ, ନିରଞ୍ଜନ ମାଝୀ, ପ୍ରିତୀପ୍ରଜ୍ଞା ନାୟକ, ବୈଷ୍ଣବୀ ଖିଲାର, ନନ୍ଦିନୀ ବେହେରା କୃତକାର୍ଯ୍ୟ ହୋଇଛନ୍ତି । କମିଟି ସଭାପତି ରବିନ୍ଦ୍ର କୁମାର ପଣ୍ଡା, ପ୍ରଧାନଶିକ୍ଷକ ଶରତ ଜେନା, ଗଙ୍ଗାଧର ମହାନ୍ତି, ଶିକ୍ଷକ ଅଜିତ କୁମାର ରାଉଳ, ଧିରେନ୍ଦ୍ର ଷଡଙ୍ଗୀ, ସଞ୍ଜୟ କୃଷ୍ଣ ମହାପାତ୍ର, ମନୋଜ କୁମାର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଅପରାହ୍ନରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୁରସ୍କୃତ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande