ପଣ୍ଡରୀପଥରରେ ବୃକ୍ଷରୋପଣ ଅଭିଯାନ
Plantation at pandri pathar
ପଣ୍ଡରୀପଥରରେ ବୃକ୍ଷରୋପଣ ଅଭିଯାନ


ଏକ ପେଡ୍ ମାଁ କେ ନାମ ୩.୦’ରେ ସାମିଲ ହେଲେ ଛାତ୍ରଛାତ୍ରୀ ଓ ମହିଳା

ଝାରସୁଗୁଡ଼ା, ୧୭ ସେପ୍େଟମ୍ବର (ହି.ସ.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ପଣ୍ଡରୀପଥରଠାରେ ବନ ବିଭାଗ ପକ୍ଷରୁ ‘ଏକ ପେଡ୍ ମାଁ କେ ନାମ ୩.୦’ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପଣ୍ଡରୀପଥର ଅଂଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ନେଇ ସଚେତନତାର ବାର୍ତା ଦିଆଯାଇଥିଲା। ରେଞ୍ଜର ବିଜୟ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଭିଯାନରେ ଫରେଷ୍ଟର ଆଲୋକ ନାୟକଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବନ ସୁରକ୍ଷା ସମିତିର ସଦସ୍ୟ, ପଂଚାୟତ ପ୍ରତିନିଧି ଏବଂ ଡିଏଭି ସ୍କୁଲର ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଏକାଠି ହୋଇ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା, ଜଙ୍ଗଲ ସୁରକ୍ଷା ଓ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟିର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।

ବନ ବିଭାଗର ସମସ୍ତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande