ପିଏମ ମୋଦୀଙ୍କ ଜନ୍ମଦିନରୁ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ : କଳାହାଣ୍ଡିର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ଅଭିଯାନ
ଭବାନୀପାଟଣା, ୧୭ ସେପ୍ଟେମ୍ବର (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆଜିଠାରୁ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅଭିଯାନର ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ, କେସିଙ୍ଗା, ଜୁନାଗଡ, ବୋର୍ଡ଼ା, ଥୁଆମୁଳ ରାମପୁର, ଦେ ପୁର ଆଦି
ପି ଏମ.ମୋଦୀ ଜୀ ଙ୍କ ଜନ୍ମଦିନ ରୁ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ


ଭବାନୀପାଟଣା, ୧୭ ସେପ୍ଟେମ୍ବର (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆଜିଠାରୁ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅଭିଯାନର ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ, କେସିଙ୍ଗା, ଜୁନାଗଡ, ବୋର୍ଡ଼ା, ଥୁଆମୁଳ ରାମପୁର, ଦେ ପୁର ଆଦି ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।

ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ଯୁବକ, ମହିଳା ଓ ସ୍ଥାନୀୟ ଜନସାଧାରଣ ଏଥିରେ ସାମିଲ ହୋଇ ରାସ୍ତାଘାଟ, ମନ୍ଦିର ପରିସର ଓ ବିଭିନ୍ନ ସାର୍ବଜନୀନ ସ୍ଥାନରେ ସଫେଇ କରିଥିଲେ। ଏଥିସହିତ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ‘ସେବା ହିଁ ସଂକଳ୍ପ, ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆଗାମୀ ଦିନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ଅଭିଯାନ ଓ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରାଯିବ।

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅଭିଯାନକୁ ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ନେଇ ଅଧିକ ଜନ ସହଭାଗିତା ସହ ବିଭିନ୍ନ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande