ଖଡ଼ିଆଳରେ ପ୍ରିଣ୍ଟ ପେପରରେ ମିଳୁଛି ଜଳଖିଆ, ପ୍ରଶାସନ ନିରବ
ଖଡ଼ିଆଳରେ ପ୍ରିଣ୍ଟ ପେପରରେ ମିଳୁଛି ଜଳଖିଆ, ପ୍ରଶାସନ ନିରବ ନୂଆପଡ଼ା,୧୭ ସେପ୍ଟେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଜଳଖିଆ ପରିବେଷଣକୁ ନେଇ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜଳଖିଆ ପରିବେଷଣ ପାଇଁ ପ୍ରିଣ୍ଟ ପେପର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ସହ ପ୍ରି
Print pepar re jalakhia


ଖଡ଼ିଆଳରେ ପ୍ରିଣ୍ଟ ପେପରରେ ମିଳୁଛି ଜଳଖିଆ, ପ୍ରଶାସନ ନିରବ

ନୂଆପଡ଼ା,୧୭ ସେପ୍ଟେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଜଳଖିଆ ପରିବେଷଣକୁ ନେଇ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜଳଖିଆ ପରିବେଷଣ ପାଇଁ ପ୍ରିଣ୍ଟ ପେପର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ସହ ପ୍ରିଣ୍ଟ ପେପରର ସଂସ୍ପର୍ଶ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଖଡ଼ିଆଳ ସହରର ବିଭିନ୍ନ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଜଳଖିଆ ଦେବା ସମୟରେ ପ୍ଲେଟ୍ କିମ୍ବା ଖାଦ୍ୟ ପ୍ୟାକେଜିଂ ପରିବର୍ତ୍ତେ ପ୍ରିଣ୍ଟ ପେପର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା କାଗଜରେ ଥିବା ମୁଦ୍ରଣ କାଳି କିମ୍ବା ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଖାଦ୍ୟରେ ମିଶିବାର ଆଶଙ୍କା ରହିଥିବାରୁ ଏହାକୁ ନେଇ ସଚେତନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଖାଦ୍ୟ ପରିବେଷଣରେ ଏଭଳି ସାମଗ୍ରୀ ବ୍ୟବହାର ଉପରେ ନିୟମ ରହିଥିଲେ ମଧ୍ୟ ଏହାର ଯାଞ୍ଚ ଓ ନିୟନ୍ତ୍ରଣ ଦିଗରେ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଦୋକାନଗୁଡ଼ିକରେ ନିୟମିତ ଯାଞ୍ଚ କରାଯାଇ ଖାଦ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ ହେଉଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏପରି ସ୍ଥିତିରେ ଖଡ଼ିଆଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଲୋକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଣ ନିଶ୍ଚିତ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଏନଏସି ଇଓ ସ୍ୱାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ଚଢାଉ ଜାରି ରହିଛି ବୋଲି ମତବ୍ୟକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande