
କେନ୍ଦୁଝର, ୧୭ ସେପ୍ଟେମ୍ବର (ହି.ସ.) - ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ର ୭୬ ତମ ଜନ୍ମ ଦିନ ଅବସରରେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଆଜି ଆନନ୍ଦପୁର ପଂଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମୋଦିଜୀ ଙ୍କ ଦୀର୍ଘ ଜୀବନ କାମନା କରି ଦୀପ ଯଞ୍ଜ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ଶାନ୍ତନୁ କୁମାର ସେଠୀ, ଆନନ୍ଦପୁର ଏଡିଜେ କୋର୍ଟ ର ସରକାରୀ ଓକିଲ ଶ୍ରୀ ହେମନ୍ତ କୁମାର ମଲ୍ଲିକ, ଯୁବ ନେତା ଦେବ ରଞ୍ଜନ ସାହୁ, ବିନୋଦ ବିହାରୀ ମିଶ୍ର, ଗଗନ ବିହାରୀ ସିଂହ, ରତ୍ନାକର ଦାସ, ଅରବିନ୍ଦ୍ ମିଶ୍ର, ଅଶୋକ କୁମାର ପଟ୍ଟନାୟକ, ବାବୁଲା ରାଉଳ, ବିରଂଚି ନାରାୟଣ ପାତ୍ର, ଲଲାଟେନ୍ଦୁ ଧିର, ସୋମନାଥ ମିଶ୍ର, ପ୍ରାଣବନ୍ଧୁ ସାହୁ, କୈଳାଶ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ସାହୁ, ରାହାସ ବିହାରୀ ସାହୁ, ରବି ନାରାୟଣ ହୋତା, ଅନନ୍ତ ବାରିକ, ଘନଶ୍ୟାମ ମୁଦୁଲି, ପଦ୍ମନାଭ ପାଣିଗ୍ରାହୀ, ଦୀପୁ ନାଥ, ସୁରେନ୍ଦ୍ର ବାରିକ, ନଗେନ୍ ଦଲେଇ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA