ସଞ୍ଜ ନଇଁଲେ ଭୟର ବାତାବରଣ, ଅନ୍ଧାରରେ ବୁଡୁଛି ଗୁଣ୍ଡୁରପଡା
ସଞ୍ଜ ନଇଁଲେ ଭୟର ବାତାବରଣ, ଅନ୍ଧାରରେ ବୁଡୁଛି ଗୁଣ୍ଡୁରପଡା
ସଞ୍ଜ ନଇଁଲେ ଭୟର ବାତାବରଣ, ଅନ୍ଧାରରେ ବୁଡୁଛି ଗୁଣ୍ଡୁରପଡା


ସଞ୍ଜ ନଇଁଲେ ଭୟର ବାତାବରଣ, ଅନ୍ଧାରରେ ବୁଡୁଛି ଗୁଣ୍ଡୁରପଡା


ସଞ୍ଜ ନଇଁଲେ ଭୟର ବାତାବରଣ, ଅନ୍ଧାରରେ ବୁଡୁଛି ଗୁଣ୍ଡୁରପଡା


ସମ୍ବଲପୁର, ୧୭, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ସଦରମହକୁମା ଠାରୁ ସନ୍ନିକଟ ହୀରାକୁଦ ଅଞ୍ଚଳର ଗୁଣ୍ଡୁ୍ରପଡା ନୁଆ କଲୋନୀ ଏକ ଜଣାଶୁଣା ଓ ଚଳଚଞ୍ଚଳ ଅଞ୍ଚଳ । ଏଠାରେ ଶତାଧିକ ଲୋକେ ବସବାସ କରନ୍ତି । ଘରକୁ ପାଣି ଯାଇଛି, ବିଦ୍ୟୁତ୍ ଯାଇଛି, ଫୋନ୍ ଯାଇଛି, ଓ୍ବାଇଫାଇ ବି ଯାଇଛି । ଏହି ଜନ ବସତିର ଲୋକଙ୍କ ପାଇଁ ଥାନାବି ରହିଛି । ହେଲେ ଦୀର୍ଘ ଦିନ ଧରି ଏହି ଅଞ୍ଚଳର ଲୋକେ ସବୁଦିନ ସନ୍ଧ୍ୟା ଠାରୁ କେଉଁ ଦୁର୍ଗମ ବଣ ପାହାଡ଼ ଅଞ୍ଚଳରେ ରହିବା ଭଳି ଲୋକେ ଅଜଣା ଆତଙ୍କରେ ରହି ଆସୁଛନ୍ତି । ଦିନ ବେଳେ ଯେନତେନ ପ୍ରକାରେ ଖାଲଖମା ରାସ୍ତାରେ ଚଳି ଯାଉଛନ୍ତି, ହେଲେ ସଞ୍ଜ ନଇଁଲେ ବାଟଘାଟ ସବୁ କିଛି ଅନ୍ଧାର । ଟିଉସନକୁ ଯାଇଥିବା ପିଲା ମାନେ ରାତି ୭/୮ ଟା ସୁଦ୍ଧା ଘରକୁ ଫେରିବାରେ ବିଳମ୍ବ ହେଲେ ଅଭିଭାବକଙ୍କ ଚିନ୍ତା ବଢ଼ି ଯାଇଥାଏ । ହୀରାକୁଦ ଅଞ୍ଚଳର ଗୁଣ୍ଡୁରପଡାରେ ବହୁ ଘରଦ୍ୱାର ରହିଥିବା ବେଳେ ଜନସଂଖ୍ୟା ମଧ୍ୟ କିଛି କମ ନାହିଁ । ହେଲେ ଏହି ଅଞ୍ଚଳର ସମସ୍ତ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍ ବିଭାଗ କେବଳ ଖୁଣ୍ଟ ପୋତିଦେଇ ଦୀର୍ଘ ଦିନ ଧରି ଦାୟିତ୍ଵ ତୁଲାଇ ଥିଲେ ମଧ୍ୟ ଆଲୋକୀକରଣ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରି ଆସିଛି । ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀ ରାସ୍ତାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରିବା ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆନଯିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରାଇଛି । ଏପରିକି ସନ୍ଧ୍ୟାପରେ ବଜାର ଘାଟ ସାରିକି ହେଉ ବା ଚାକିରି ଓ ବ୍ୟବସାୟ ସାରି ଘରକୁ ଫେରୁଥିବା ଲୋକେ ସର୍ବଦା ବିପଦ ସଙ୍କୁଳ ଅବସ୍ଥାରେ ଯା-ଆସ କରିଥାଆନ୍ତି। କାରଣ ନିଶାଡିଙ୍କ ସହ ଚୋରି ଛିନତାଇ କରୁଥିବା ଅସାମାଜିକ ତତ୍ବଙ୍କ ଅଭାବ ନଥିବା ବେଳେ କେତେବେଳେ କେଉଁ ଅଘଟଣ ଘଟିବ ତାହା ଏକ ଅଜଣା ଆତଙ୍କ ସୃଷ୍ଟି କରି ଆସୁଛି । ଏ ଦିଗରେ ଜିଲ୍ଲାପାଳ ଅନୁଧ୍ୟାନ କରି ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ନିର୍ଦ୍ଧେଶ ଦେବାକୁ ସାଧାରଣରେ ଦାବି ହୋଇଛି । ଏହି ଫଟୋଚିତ୍ରରେ ଦିନ ବେଳର ଦୃଶ୍ୟ ଜନ ବସତି ସୂଚୀତ କରାଉଥିବା ବେଳେ ରାତିରେ ଫଟୋଚିତ୍ର ଭୟବିତ କରାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande