ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ
ବଲାଙ୍ଗିର, ୧୭ ସେପ୍ଟେମ୍ବର (ହି.ସ.)- ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ନେଇ ୧୭ ସେପ୍ଟେମ୍ବରରୁ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍
ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ.


ବଲାଙ୍ଗିର, ୧୭ ସେପ୍ଟେମ୍ବର (ହି.ସ.)- ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ନେଇ ୧୭ ସେପ୍ଟେମ୍ବରରୁ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତରେ ଚାଲିବ। ଆଜି ପ୍ରତ୍ଯକ ଘରେ ଆଶ୍ରିବାଦ ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି।

ଆଜି ବଲାଙ୍ଗିର ନଗର ବିଜେପି ତରଫରୁ ଦୁର୍ଗା ମନ୍ଦିରରେ ଆଶ୍ରିବାଦ ଦୀପଦାନ କରାଯାଇଥିଲା ଓ ଲୋକନାଥ ମହାଦେବ ମନ୍ଦିରରେ ଦୀପଦାନ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଓ ମହିଳା ମୋର୍ଚ୍ଚା ତରଫରୁ ଏହି ଦୀପ ଦାନ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା, ସମଲେଇ ମଣ୍ଡଳ ସଭାପତି ଲଳିତ ଶର୍ମା, ପାଟଣେଶ୍ୱରୀ ମଣ୍ଡଳ ସଭାପତି ପାର୍ଥ କର୍ଣ, ଚୂଡ଼ାପାଲି ମଣ୍ଡଳ ପ୍ରଭାରୀ ବିଶ୍ୱଜିତ ନାଥ, ସୁବ୍ରତ କୁମାର ସାହୁ ଓ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ମହିଳା ମୋର୍ଚ୍ଚା ତରଫରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ବନଶ୍ରୀ ଆଚାର୍ଯ୍ୟ, ସରିତା ଯୋଶୀ, ରଶ୍ମି ଆଚାର୍ଯ୍ୟ, ରଶ୍ମି ରେଖା ଦାନୀ ସୁଧାରାଣୀ ସ୍ୱାଇଁ, ଗାୟିତ୍ରୀ ଦାସ, ସତ୍ୟବତୀ ଗୁରୁ, ଗୁଲାବୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande