ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଛାତ୍ର ମୃତ
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏମିତି ଏକ ଅଘଟଣର ଖବର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଆସିଛ। ସୂଚନା ମୁତାବକ, ଦିଗଛିଆରେ ଥିବା ବିଶ୍ୱଭାରତୀ ଆବ
ganesh bhasani chhatra mruta


ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏମିତି ଏକ ଅଘଟଣର ଖବର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଆସିଛ।

ସୂଚନା ମୁତାବକ, ଦିଗଛିଆରେ ଥିବା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ପୋଖରୀକୁ ଯାଇଥିଲେ । ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସି ଯିବାରୁ ଜଣେ ଛାତ୍ର ବୁଡି ଯାଇଥିଲେ । ସାଥି ମାନେ ବହୁ ଖୋଜିବା ପରେ ନ ପାଇବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି ପରେ ନ ପାଇବାରୁ ଗଦି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଠାବ କରିଥିଲେ ମଧ୍ୟ ସେତେବେଳେକୁ ଛାତ୍ରଙ୍କର ମୃତ୍ୟୁ ଘଟିସାରିଥିଲା । ମୃତ ଛାତ୍ର ଜଣକ ହେଉଛନ୍ତି ପୀୟୂଷ ଦାସ, ତାଙ୍କ ଘର ଭଦ୍ରକର ଚରମ୍ପା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାଇତ୍ୱ ହୀନତା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande