କନ୍ଧମାଳ ଜିଲ୍ଲାରେ ହଜିଯାଇଥିବା ପାରମ୍ପରିକ ଫସଲ ଓ ଖାଦ୍ୟର ପୁନରଉଦ୍ଧାର ପ୍ରୟାସ
Traditional Agricultural regarding Awerness program
ଫୋଟ ୨


ଫୋଟ


କନ୍ଧମାଳ , ୧୭ ସେପ୍ଟେମ୍ବର (ହି.ସ.) କନ୍ଧମାଳ ଜିଲ୍ଲାରେ ହଜିଯାଇଥିବା ପାରମ୍ପରିକ ଫସଲ ଓ ଖାଦ୍ୟର ପୁନରଉଦ୍ଧାର ନିମନ୍ତେ ଜିଲ୍ଲା ର ୪ ଟି ବ୍ଲକରେ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରି ହେଉଛି । ଏହି ପରିପ୍ରେକ୍ଷିରେ ରାଇକିଆ ବ୍ଲକ୍ ରେ ହଜିଯାଇଥିବା ପାରମ୍ପରିକ ଫସଲ ଓ ଖାଦ୍ୟର ପୁନରଉଦ୍ଧାର ଏବଂ ସ୍ଥାୟୀ ଚାଷ କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଡିଶା ସରକାରଙ୍କ କମଳା ପୂଜାରୀ ଅଂଶଗ୍ରହଣ ମୂଳକ ଫେଲୋସିପ୍ କାର୍ଯ୍ୟକ୍ରମ ଅଧିନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କନ୍ଧମାଳ ଜିଲ୍ଲା କୃଷୀ ବିଭାଗ ଙ୍କ ମିଳିତ ସହଯୋଗରେ ଚାରିଗୋଟି ବ୍ଲକ୍ ର ବିଭିନ୍ନ ଗ୍ରମରେ ଏହାର କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଚାଲିଛି । ଏହି ପଦକ୍ଷେପର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ଫସଲ, ଦେଶୀ ବୀଜ ଓ ଜର୍ମପ୍ଲାଜମ୍, ସ୍ଥାନୀୟ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଏବଂ ପିଢି ପରେ ପିଢି ଚାଷୀ ମାନଙ୍କ ଦ୍ୱାରା ସଂରକ୍ଷିତ କୃଷିଜ୍ଞାନକୁ ଚିହ୍ନଟ, ଦସ୍ତାବିଜୀକରଣ, ସଂରକ୍ଷଣ ଓ ପୋ୍ରତ୍ସାହନ ଦେବା । ବିଭିନ୍ନ ଗ୍ରାମରେ ଫୋକସ୍ ଗୃପ ଡିସକସନ୍ ଓ ଚାଷୀମାନଙ୍କ ସହ ଆଲୋଚନା ମାଧ୍ୟମରେ ଦେଶୀ ଫସଲର ବିବିଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପାରମ୍ପରିକ ଦସ୍ତାବିଜୀକରଣରେ ବିଭିନ୍ନ ପ୍ରକାରର ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା ଏବଂ ମୂଳ ଓ କନ୍ଦା ଜାତୀୟ ଫସଲ ଚିହ୍ନଟ ହୋଇଛି ।ଡାଲିଜାତୀୟ ଫସଲ ମଧ୍ୟରେ କଡକଙ୍ଗା (କାଉପି), ମାଙ୍କଡଦାନ୍ତି, କୋଲକା, ସାଇଙ୍ଗା (ଦେଶୀ ସିମ୍ବ), କାଙ୍ଗା (ହରଡ) ଓ କୁଳୁଥି ଭଳି ପାରମ୍ପରିକ କିସମ ଚିହ୍ନଟ ହୋଇଛି । ସେହିପରି ସୋରିଷ, ଅଳସୀ (ନାଇଜର) ଓ ରାଶି ଭଳି ତୈଳବୀଜର ମଧ୍ୟ ଦସ୍ତାବିଜକରଣ କରାଯାଇଛି । ପନିପରିବା ମଧ୍ୟରେ ଟମାଟୋ, ବାଇଗଣ, ଝୁଡଙ୍ଗ, କଖାରୁ, କାକୁଡି, ଲଙ୍କା ଆଦି ବିଭିନ୍ନ ଦେଶୀ କିସମ ଚିହ୍ନଟ କରାଯାଇଛି ।ଏହାସହିତ ମିଠା ଆଳୁ, ଓଲ, ମାସିହା, ବନ୍ଧାଗଡ ଆଳୁ, କନ୍ଦମୂଳ ଆଦି ପାରମ୍ପରିକ ମୂଳ ଓ କନ୍ଦା ଯାତୀୟ ଫସଲ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛି । ଏହି ପ୍ରୟାସ କେବଳ ଫସଲର ନାମ ଓ କିସମ ରେକର୍ଡ କରିବାରେ ସୀମିତ ନିହେଁ ଏଥିରେ ଚାଷ ପ୍ରଣାଳୀ, ବୀଜ ସଂରକ୍ଷଣ, ଖାଦ୍ୟ ଭାବେ ବ୍ୟବହାର, ପାରମ୍ପରିକ ଜ୍ଞାନ ଓ ସଂସ୍କୃତି କୁ ମନେପକାଯାଉଛି । ଏହି କାର୍ଯ୍ୟକ୍ରମ ଗୁଡିକୁ ଗବେଶଣା ସହଯୋଗୀ ସ୍ୱାଧିନ ସାରଙ୍ଗୀ ଓ ଗୋଷ୍ଠୀ ସମ୍ବଳ ବ୍ୟକ୍ତି କୃତିବାସ ପ୍ରଧାନ, ପିଂଟୁ ସେଠୀ ଓ ସୁନନ୍ଦ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande