ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଯାତ୍ରୀ ସେବା ଅଭିଯାନ ୨୦୨୬ ପାଳିତ
Yatri seba Abhayan at VSS airport
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଯାତ୍ରୀ ସେବା ଅଭିଯାନ ୨୦୨୬


ଝାରସୁଗୁଡ଼ା, ୧୭ ସେପ୍ଟେମ୍ବର (ହି.ସ.) - ଭାରତୀୟ ବିମାନବନ୍ଦର କର୍ତୃପକ୍ଷ ଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସର ରେ ଗୁରୁବାର ଯାତ୍ରୀ ସେବା ଅଭିଯାନ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସାମୂହିକ ବନ୍ଦେ ମାତରମ ଗାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସୁବିଧା ପାଇଁ ବିମାନବନ୍ଦର କର୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯାଇଥିଲା। ଏହା ସହିତ ବିମାନବନ୍ଦର ପରିସରରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ନିର୍ଦ୍ଦେଶକ ଧଣ୍ଡିଆଙ୍କ ସମେତ ବିମାନବନ୍ଦରର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande