
କେନ୍ଦ୍ରାପଡା, 17 ସେପ୍ଟେମ୍ବର (ହି.ସ.) କେନ୍ଦ୍ରାପଡା ପୁରୁଣା କୋର୍ଟ ପରିସରରେ ଦୀର୍ଘଦିନରୁ ମଟର ସାଇକେଲ୍ ଚୋରି ହୋଇ ଆସୁଥିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଚୋରି ହୋଇଯାଉଥିବାର ଅଭିଯୋଗ ହେଉଥିଲା । ଜିଲ୍ଲା ଓକିଲ ସଂଘର ଅନୁରୋଧ କ୍ରମେ ମାନ୍ୟବର ଜିଲ୍ଲା ଦୈାରାଜଜ୍ ଦୀପକ କୁମାରଙ୍କ ସହାୟତାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ପୁରୁଣା କୋର୍ଟ ପରିସରରେ ୧୪ ଗୋଟି ସିସି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଛି । ଏହି କୋର୍ଟର ଦୁଇଗୋଟି ମୁଖ୍ୟ ଦ୍ୱାର ଓ କୋର୍ଟ ପରିସରରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିବାରୁ ଜିଲ୍ଲା ଓକିଲ ସଂଘ ସଭାପତି ରବିନାରାୟଣ ମହାନ୍ତି, ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ଉପସଭାପତି ନୃସିଂହ ରାଉତଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟ ଓ ମାନ୍ୟବର ଜିଲ୍ଲା ଓ ଦୈାରାଜଜ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରବି