
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ଦିଲ୍ଲୀ
ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କାଲି ଦିଲ୍ଲୀରେ ରୋଡ୍ ସୋ'ରେ ଯୋଗ
ଦେବେ । ଏନେଇ ସେବା ସଂକଳ୍ପ ଅଭିଯାନରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ କହିଛନ୍ତି ଯେ, ୟୁରୋପ, ଜାପାନ, ସାଉଥ୍ କୋରିଆ ଟିମ୍ ସହ ଆଲୋଚନା ଅଛି । ଓଡ଼ିଶାରେ ପୁଞ୍ଜି ନିବେଶ
କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବାକୁ ଯୋଜନା
କରୁଛନ୍ତି ସରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା