
ସମ୍ବଲପୁର ଯୁବମୋର୍ଚ୍ଚା
ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ
ମା’ ସମଲେଶ୍ୱରୀଙ୍କ ଦର୍ଶନ
କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ
ଜନ୍ମଦିନ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଛନ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ,
ଜନସେବାରୁ ଦେଶସେବା ପର୍ଯ୍ୟନ୍ତ ୨୫ ବର୍ଷ ତାଙ୍କର ସମର୍ପିତ ଜୀବନ ରାଷ୍ଟ୍ରସେବାର ଅନନ୍ୟ
ପ୍ରେରଣା। ମା’ ସମଲେଇଙ୍କ ଆଶୀର୍ବାଦରୁ ସେ ନିରନ୍ତର ଏହିପରି ଦେଶସେବାରେ ବ୍ରତୀ ରହନ୍ତୁ, ଏହା ମୋର
କାମନା।
ଧର୍ମେନ୍ଦ୍ର ପ୍ରଧାନ
କହିଛନ୍ତି ଯେ, ଆଜି ଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ 'ସେବା
ସଂକଳ୍ପ ଅଭିଯାନ' ଆରମ୍ଭ ହେଉଛି । ଏହି ଅଭିଯାନରେ ସ୍ୱଚ୍ଛତା, ପୋଷଣ ଓ
ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶସେବାରେ ନିଜକୁ ସମର୍ପିତ କରିବାକୁ ସମସ୍ତଙ୍କୁ ମୋର
ଅନୁରୋଧ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ
କଲି । 'ସେବା
ପକ୍ଷ' ଅନ୍ତର୍ଗତ
ଏହି ମହତ ପ୍ରୟାସରେ ସାମିଲ ହୋଇ ରକ୍ତଦାନ କରିଥିବା ସମସ୍ତ ଯୁବ ବନ୍ଧୁମାନଙ୍କୁ ଧନ୍ୟବାଦ ।
ସେବା ସଂକଳ୍ପ ଅଭିଯାନ' ଅନ୍ତର୍ଗତ
ସମ୍ବଲପୁର ରେମେଡ଼ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନର
ମା’ ଭଉଣୀ, ଅଙ୍ଗନବାଡ଼ି
କର୍ମଚାରୀ, ସହାୟିକା, ଅଙ୍ଗନବାଡ଼ି
କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କର ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
ସେ କହିଛନ୍ତି ଯେ, ଆଜି
ଏଠାରେ 'ନବମ
ରାଷ୍ଟ୍ରୀୟ ପୋଷଣ ମାସ' ନିମନ୍ତେ ଏକ ପ୍ରଦର୍ଶନୀ ଆୟୋଜନ ହେବା ପ୍ରଶଂସନୀୟ ପଦକ୍ଷେପ ।
ବର୍ତ୍ତମାନ ସମୟରେ ଆମର ଶିଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ଜନ୍ମ ଠାରୁ ପଢ଼ିବା ପର୍ଯ୍ୟନ୍ତ
ସେମାନଙ୍କ ପୋଷଣ ଉପରେ ଧ୍ୟାନ ଦେବାକୁ ହେବ । ପ୍ୟାକେଟ୍ ଓ ଜଙ୍କ୍ ଫୁଡ୍ ବନ୍ଦ କରି ଫଳ, ଜାଉ, ଖିରି
ଭଳି ଦେଶୀ ଓ ପୁଷ୍ଟିକର ଖାଦ୍ୟ ଦେବା ସହ ପରିବେଶ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି
କରିବାକୁ ହେବ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜି
ବିଶ୍ୱକର୍ମା ପୂଜା ଓ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ
ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆମେ ସମସ୍ତେ ସଂକଳ୍ପ କରିବା । ତେବେ ଯାଇ ଆମ ସମାଜ ସୁସ୍ଥ, ସଶକ୍ତ ଓ
ବିକଶିତ ହୋଇପାରିବ ।
୨୫ ବର୍ଷର ଜନସେବା ତଥା
ସୁଶାସନ ପୂର୍ତ୍ତି ଉପଲକ୍ଷେ ‘ସେବା ଓ ସଂକଳ୍ପ ଅଭିଯାନ’ରେ ସମ୍ବଲପୁର ରେମେଡ଼ ସ୍ଥିତ
ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବିତରଣ କରିଛନ୍ତି ସମ୍ବଲପୁର
ସାଂସଦ । ପୁଷ୍ଟିକର ଖାଦ୍ୟ ବାଣ୍ଟିବା ଦ୍ୱାରା
ଶିଶୁମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରିବ । ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଆମେ ସମସ୍ତେ
ସାମୂହିକ ପ୍ରୟାସ କରିବା ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା