ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଧର
ପିଏମ ମୋଦିଙ୍କୁ ଜନ୍ମଦିନର     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସମ୍ବଲପୁର ସାଂସଦ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର କହିଛନ୍ତି ଯେ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ରାଜନେତା, ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଜନସେବାରୁ ଦେଶସେବା

ପର୍ଯ୍ୟନ୍ତ ଆପଣଙ୍କ ୨୫ ବର୍ଷର ସମର୍ପିତ ଜୀବନ ରାଷ୍ଟ୍ରସେବା ପାଇଁ ଏକ ପ୍ରେରଣା। ଆପଣଙ୍କ

ନେତୃତ୍ୱରେ ଭାରତ ବିକାଶ, ଜନକଲ୍ୟାଣ ଓ ବିଶ୍ୱସ୍ତରୀୟ ପ୍ରତିଷ୍ଠାର ନୂତନ ଶିଖରରେ ପହଞ୍ଚିଛି

ଏବଂ ‘ବିକଶିତ ଭାରତ’ର ଆପଣଙ୍କ ସଂକଳ୍ପ କୋଟି କୋଟି ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି।ମହାପ୍ରଭୁ

ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ସେ ଆପଣଙ୍କୁ ଦୀର୍ଘାୟୁ,

ଉତ୍ତମ ସ୍ୱାସ୍ଥ୍ୟ ଓ ଅସୀମ ଶକ୍ତି ପ୍ରଦାନ କରନ୍ତୁ ଏବଂ ଆପଣଙ୍କ

ମାର୍ଗଦର୍ଶନ ଆମକୁ ନିରନ୍ତର ମିଳୁଥାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande