
ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସ ଜଣେ ୩୭ ବର୍ଷୀୟ ଅଭ୍ୟାସଗତ ଚୋରକୁ ଗିରଫ କରି ଚୋରି ହୋଇଥିବା ପିତଳ ପୂଜା ସାମଗ୍ରୀ, ଟାବଲେଟ ଫୋନ ଓ ବ୍ୟାଗ ଜବତ କରିଛି। ଜବତ ସାମଗ୍ରୀକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ବଡ଼ବଜାର ଥାନା କେସ ନଂ ୬୯୧/୨୦୨୬ମାମଲାରୁଜୁ ହୋଇଛି।
୧୬.୦୯.୨୦୨୬ ଅପରାହ୍ନ ପ୍ରାୟ ୪ଟା ବେଳେ ଶ୍ରୀରାମ ନଗର ଆଦର୍ଶ ମାର୍ଗର ଜଣେ ବାସିନ୍ଦା ଘରକୁ ଫେରି ଦେଖନ୍ତି ଯେ, ମୁଖ୍ୟ ଦ୍ୱାର ଖୋଲା ଅଛି ଏବଂ ପୂଜା ଘରୁ ପିତଳ ବାସନ ଚୋରି ହୋଇଛି। ସ୍ଥାନୀୟ ଲୋକେ ସେହି ଅଞ୍ଚଳରେ ଆଉ ଏକ ଚୋରି ଉଦ୍ୟମ କରୁଥିବା ବେଳେ ଚୋରକୁ ଏକ କଳା ବ୍ୟାଗରେ ଚୋରା ପିତଳ ସାମଗ୍ରୀ ସହ ଧରି ପୋଲିସକୁ ଜଣାଇଥିଲେ। ଅଭିଯୁକ୍ତ ଜଣେ ୩୭ ବର୍ଷୀୟ ବ୍ୟକ୍ତି, ଘର ଶ୍ରୀରାମ ନଗର, ବର୍ତମାନ ଅଙ୍କୁଶପୁର (ବି. ସଦର ଥାନା) ରେ ରହୁଛି। ପୁଲିସ ତାକୁ ଗିରଫ କରି ଏସଡିଜେଏମ, ବ୍ରହ୍ମପୁର କୋର୍ଟକୁ ଆଜି ଚାଲାଣ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ପିତଳ ଲୋଟା, ଗୋଟିଏ ପିତଳ ଥାଳି, ଗୋଟିଏ ଟାବଲେଟ, ଗୋଟିଏ କଳା ବ୍ୟାଗ
ଜବତ ପିତଳ ସାମଗ୍ରୀକୁ ନିୟମ ଅନୁଯାୟୀ ଜିମାରେ ପୀଡିତଙ୍କୁ ହସ୍ତାନ୍ତର କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ