
ଜୟପୁର, ୧୭ ସେପ୍ଟେମ୍ବର (ହି.ସ.) - ଜଣେ ନାବାଳିକାକୁ ଟଣା ଓଟରା କରିବା ସହ ମାଡ ମାରି ଅସଦା ଚରଣ କରିଥିବା ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଟାଉନ ହଲ ସାହିର ରାଜିବ ଖୋସଲା (୨୦) । ପୋଲିସ ସୁଚନା ଅନୁଯାଇ ନାବାଳିକାକୁ ମାରପିଟ କରି ଆସଦା ଚରଣ କରିଥିବା କରିଥିବା ଅଭିଯୋଗ ପରେ ଟାଉନ ପୋଲିସ ୩୫୧/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି