
ମାଲକାନଗିରି, ୧୭ ସେପ୍ଟେମ୍ବର (ହି.ସ.)- କଇଁଛ ଚାଲାଣ ରାକେଟ୍ ଉପରେ ମୋଟୁ ପୋଲିସ ଓ ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣ ହେଉଥିବା ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ ହୋଇଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଅଭିମୁଖେ କଇଁଛ ଚାଲାଣ ହେଉଥିବା ବେଳେ ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀମାନେ ଧରାପଡ଼ିଥିଲେ। ଉଦ୍ଧାର ହୋଇଥିବା କଇଁଛ ସହ ଜବତ ମୋବାଇଲ ଫୋନ୍ ଓ ମୋଟରସାଇକେଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ