
ଭଦ୍ରକ, ୨ ସେପ୍ଟେମ୍ବର (ହି.ସ.) - ବୁଲେଟ ବାଇକ କିଣିବା ପାଇଁ ୨ ଲକ୍ଷ ଟଙ୍କା ବାପ ଘରୁ ଆଣିବା ପାଇଁ ବାରମ୍ବାର ଦାବି କରୁଥିବା ସ୍ୱାମୀ ସାତ ଜନ୍ମର ସାଥୀ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ଧାମନଗର ବ୍ଲକର ସାହସପୁର ଅଂଚଳରେ ଘଟିଥିବା ଏବଂ ଏନେଇ ଧୂଷୁରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ହେବାର ପ୍ରତିଶ୍ରୁତି ନେଇଥିଲେ। ସାହସପୁର ଗ୍ରାମର ସୁଭଦ୍ରା ମହାଳିକ ତାଙ୍କ ସ୍ୱାମୀ ଆଦିତ୍ୟ ମହାଳିକଙ୍କ ବିରୋଧରେ ଏନେଇ ଏତଲା ଦାଖଲ କରିଛନ୍ତି। ଅଭିଯୋଗ ଅନୁସାରେ, ୨୦୨୫ ଜୁନ୍ ୪ରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ବୁଲେଟ୍ ବାଇକ୍ କିଣିବା ପାଇଁ ସ୍ୱାମୀ ୨ ଲକ୍ଷ ଟଙ୍କା ଯୌତୁକ ଦାବି କରି ଆସୁଛନ୍ତି। ଦାବି ପୂରଣ ନହେବାରୁ ଆଦିତ୍ୟ ତାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଗତ ଅଗଷ୍ଟ ୩୧ ରାତିରେ ଘଟଣା ଚରମ ସୀମାରେ ପହଂଚିଥିଲା। ସୁଭଦ୍ରାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ଆଦିତ୍ୟ ତାଙ୍କୁ ଜୀବନରୁ ମାରିବା ଉଦ୍ଦେଶ୍ୟରେ ମୁହଁରେ ତକିଆ ଚାପିଧରି ଗଳାଚିପି ଦେଇଥିଲେ।ସୁଭଦ୍ରାଙ୍କ ଅଭିଯୋଗ ଆଧାରରେ ଧୂଷୁରୀ ଥାନାରେ କେସ ନଂ-୩୮୦/୨୬ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ