
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- କାଲି ଶୁକ୍ରବାର ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ
ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି ଅନୁଷ୍ଠିତ ହେବ । ଏଣୁ ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ କୃଷ୍ଣଜନ୍ମ
ନୀତି ଶେଷ ହେବା ପର୍ଯ୍ୟନ୍ତ ପ୍ରାୟ ସନ୍ଧ୍ୟା 7ଟାରୁ ରାତି 12ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ
ରହିବ । ଶ୍ରୀଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ପ୍ରଶାସନ
ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା